Home Crime ଆସିକା ଥାନା ପୋଲିସ ପକ୍ଷରୁ ଜାଲ୍ ସାର୍ଟିଫିକେଟ ର୍ୟାକେଟର ପର୍ଦ୍ଧାଫାସ, ଜଣେ ଶିକ୍ଷକଙ୍କ ସମେତ ୫ଜଣ...

ଆସିକା ଥାନା ପୋଲିସ ପକ୍ଷରୁ ଜାଲ୍ ସାର୍ଟିଫିକେଟ ର୍ୟାକେଟର ପର୍ଦ୍ଧାଫାସ, ଜଣେ ଶିକ୍ଷକଙ୍କ ସମେତ ୫ଜଣ ଗିରଫ, ୫ଶହରୁ ଉଦ୍ଧ୍ୱର୍ ନକଲି ଷ୍ଟାମ୍ପ, ଜାଲ୍ ବିଏଡ୍ ଓ ଅନ୍ୟାନ୍ୟ ପ୍ରମାଣପତ୍ର ଜବତ ।

YouTube video

ଆସିକା ଥାନା ପୋଲିସ ପକ୍ଷରୁ ଜାଲ୍ ସାର୍ଟିଫିକେଟ ର୍ୟାକେଟର ପର୍ଦ୍ଧାଫାସ କରାଯାଇ ଏ ସଂକ୍ରାନ୍ତରେ ଜାଲ୍ ପ୍ରମାଣପତ୍ର ଦେଇ ଚାକିରି କରୁଥିବା ଜଣେ ଶିକ୍ଷକଙ୍କ ସମେତ ୫ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଗିରଫ ମାନଙ୍କ ମଧ୍ୟରେ ସୁନାପଲ୍ଲୀ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଗୌରୀ ଶଙ୍କର ଜେନା, ହୁମୁଟି ଗ୍ରାମର ପ୍ରକାଶ ଚନ୍ଦ୍ର ପଲେଇ, କୋଦଳା ପଣ୍ଡା ସାହିର ରଂଜିତ କୁମାର ପଲେଇ, କୋଦଳା ପରିବା ବଜାରର ଏ.ଧିରେନ କୁମାର ଦୋରା ଓ ପୋଲସରା କଲେଜ ଛକର ଦୁର୍ଗା ପ୍ରସାଦ ମିଶ୍ର ରହିଛନ୍ତି । ସେମାନଙ୍କଠାରୁ ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କ ନାମରେ ଥିବା ପ୍ରାୟ ୫ଶହରୁ ଉଦ୍ଧ୍ୱର୍ ନକଲି ଷ୍ଟାମ୍ପ, ଜାଲ୍ ବିଏଡ୍ ଓ ଅନ୍ୟାନ୍ୟ ପ୍ରମାଣପତ୍ର ସହ ନଗଦ ୨୬ ହଜାର ଟଙ୍କା ଏବଂ ଏକ କମ୍ପ୍ୟୁଟର ଜବତ କରାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦିଆଯାଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ଶିକ୍ଷାନବିଶ ଯୁବ ଆଇପିଏସ୍ ଅଭିନାଶଜୀ ସମସ୍ତ ତଥ୍ୟ ଉପସ୍ଥାପନ କରିଥିବାବେଳେ ଥାନାଧିକାରୀ ପ୍ରଶାନ୍ତ କୁମାର ସାହୁ ଏହି ଅବସରରେ ଉପସ୍ଥିତ ଥିଲେ ।