Home Education ମାର୍ଚ୍ଚ ୩ ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ, ଦକ୍ଷିଣାଂଚଳର ୮ଟି ଜିଲ୍ଲାରେ ଉଚ୍ଚ ମାଧ୍ୟମିକ...

ମାର୍ଚ୍ଚ ୩ ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ, ଦକ୍ଷିଣାଂଚଳର ୮ଟି ଜିଲ୍ଲାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

ମାର୍ଚ୍ଚ ୩ ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨୮ ତାରିଖରେ ଶେଷ ହେବ । ଏଥିପାଇଁ ଦକ୍ଷିଣାଂଚଳର ୮ଟି ଜିଲ୍ଲାରେ ୭୧ହଜାର ୭୧୦ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ୨୦ଟି ସିଟିଂରେ ଯୁକ୍ତଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ସ୍ରୋତର ସବୁ ବିଷୟର ପରୀକ୍ଷା କରାଯିବା ନିମନ୍ତେ ଡିସେମ୍ବର ଶେଷ ସପ୍ତାହରୁ ପରୀକ୍ଷା ସୁଚି ପ୍ରକାଶ ପାଇସାରିଛି । ଯୁକ୍ତ ୨ ପରୀକ୍ଷାର ପ୍ରତ୍ୟେକ ସିଟିଂ ପୁର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ନ ଗୋଟାଏ ସମୟରେ ଶେଷ ହେବ । ମାର୍ଚ୍ଚ ୩ ତାରିଖ ପ୍ରଥମ ଦିନ ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷାର୍ଥୀଙ୍କ ଆଧୁନିକ ଭାରତୀୟ ଭାଷା ଓଡ଼ିଆ ପରୀକ୍ଷା ହେବାକୁ ଯାଉଥିବାବେଳେ ମାର୍ଚ୍ଚ ୪ ତାରିଖରେ ଯୁକ୍ତ ୨ କଳା ଓ ବାଣିଜ୍ୟ ପରୀକ୍ଷାର୍ଥୀମାନେ ଓଡ଼ିଆ ବିଷୟରେ ପରୀକ୍ଷା ଦେବେ । ଏହି ପରୀକ୍ଷାକୁ ଶୃଙ୍ଖଳିତ, ସ୍ୱଛ, ନିରପେକ୍ଷ ଓ କପିମୁକ୍ତ କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଦକ୍ଷିଣାଂଚଳ ଉପସଚିବ ଡକ୍ଟର କୁଳମଣି ଓଝା ସୁଚନା ଦେଇଛନ୍ତି ।