
ବ୍ରହ୍ମପୁର ବିଡିଏ କାର୍ଯ୍ୟାଳୟ ପରିସରରେ ଗୁରୁବାରଠାରୁ ଆର୍ଟିଓଙ୍କ କ୍ୟାମ୍ପ କାର୍ଯ୍ୟାଳୟ ଖୋଲିଛି । ମାର୍ଚ୍ଚ ପହିଲା ପର୍ଯ୍ୟନ୍ତ ୪ ଦିନ ଧରି ଏହି କ୍ୟାମ୍ପ ଖୋଲା ରହିବ । ପ୍ରତିମାସର ଶେଷ ୪ଦିନ ଏହି ସ୍ଥାନରେ ଆର୍ଟିଓ କ୍ୟାମ୍ପ କାର୍ଯ୍ୟାଳୟ ଖୋଲାଯାଇ ସହରବାସୀଙ୍କୁ ସେବା ଯୋଗାଇଦିଆଯିବ ବୋଲି କୁହାଯାଇଛି । ଡ୍ରାଇଭିଂ ଲାଇସେନ୍ସ ପାଇଁ ବ୍ରହ୍ମପୁର ସହରବାସୀଙ୍କୁ ଛତ୍ରପୁର ଯିବାକୁ ପଡ଼ୁଥିଲା । ଲୋକଙ୍କ ସୁବିଧା ପାଇଁ ବ୍ରହ୍ମପୁରରେ ଶାଖା କାର୍ଯ୍ୟାଳୟ ଖୋଲିବା ପାଇଁ ବହୁଦିନ ଧରି ଦାବି ହୋଇଆସୁଥିଲା । ତେବେ ସ୍ଥାୟୀ ଭାବରେ ବର୍ତ୍ତମାନ ସୁଦ୍ଧା ଶାଖା ଖୋଲିନଥିବା ଯୋଗୁଁ ପୁଣି ଥରେ ସ୍ଥାୟୀ ବ୍ୟବସ୍ଥା କରାଯାଉ ବୋଲି ପ୍ରଗତିଶୀଳ ଉକ୍ରଳ ସମାଜ ପକ୍ଷରୁ ରାଜ୍ୟ ସମ୍ପାଦକ ତଥା ଆଇନଜୀବୀ ସରୋଜ ରଂଜନ ପଟନାୟକ ଦାବି କରିବା ସହ ପୁନର୍ବାର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତିି ।






