ଆର୍ପିଏଫ୍ ଥାନା ପୋଲିସ ପକ୍ଷରୁ ଯାଂଚ ସମୟରେ ୨୫କିଲୋ ୪ଶହ ଗ୍ରାମର ଗଂଜେଇ ଜବତ, ୨ଜଣ ଗିରଫ ।

YouTube video

ଆର୍ପିଏଫ୍ ଥାନା ପୋଲିସ ପକ୍ଷରୁ ଯାଂଚ ସମୟରେ ୨୫କିଲୋ ୪ଶହ ଗ୍ରାମର ଗଂଜେଇ ଜବତ କରାଯାଇଛି । ଏଥିନେଇ ବ୍ରହ୍ମପୁର ରେଳ ଷ୍ଟେସନ ନିକଟରୁ ୨ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ସେମାନଙ୍କ ମଧ୍ୟରୁ ଚନ୍ଦ୍ରଗିରି ଲାୱର ସିଂ ଅଂଚଳର କେ.ଆଶିଷ କୁମାର ପାତ୍ର, ପୁରୁଷୋତ୍ତମପୁର ଶ୍ରୀରାମ ନଗର ସାହିର ବିମଳ ବସ୍ତିଆଙ୍କୁ ଗିରଫ କରାଯାଇଥିବା ଆର୍ପିଏଫ୍ ଥାନା ସୁତ୍ରରୁ ପ୍ରକାଶ । ଏକ ଟ୍ରଲି ଓ ଏୟାର୍ ବେଗ୍ ମଧ୍ୟରୁ ଏପରି ଗଂଜେଇ ଜବତ କରାଯାଇଥିବାବେଳେ ଏହାର ଆନୁମାନିକ ମୂଲ୍ୟ ୧ଲକ୍ଷ ୫୨ହଜାର ୪ଶହ ଟଙ୍କା ହେବ ବୋଲି କୁହାଯାଇଛି । ଚଢ଼ାଉ ସମୟରେ ଇନିସ୍ପେକ୍ଟର ଦିଲିପ କୁମାର, ଆର୍.ଏନ୍ ବେହେରା, ଟି.କେ ମହାପାତ୍ର, ଦିଲ୍ଲୀପ କୁମାର ପ୍ରଧାନ ଓ ଏନ୍.କେ ଦଳେଇ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।