
ନୂତନଭାବେ ନିଯୁକ୍ତି ପାଇଥିବା ୮୬ଜଣ ଷ୍ଟୁଡେଣ୍ଟ ଟ୍ରାଫିକ୍ ଭଲ୍ୟୁଣ୍ଟର ବୁଧବାର ନିଜ କାର୍ଯ୍ୟରେ ଯୋଗଦେଇଛନ୍ତି । ନୂତନ ଟ୍ରାଫିକ୍ ନିମୟ ଅନୁଯାୟୀ ଏହି ଭଲ୍ୟୁଣ୍ଟରମାନେ ମହାନଗରର ବିଭିନ୍ନ ଟ୍ରାଫିକ୍ ଛକରେ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏଥିପାଇଁ ତାଲିମ ମାଧ୍ୟମରେ ସମସ୍ତଙ୍କୁ ସଚେତନ କରାଯାଇଥିବା ଟ୍ରାଫିକ୍ ଡିଏସ୍ପି ସାର୍ଥକ ରାୟ ପ୍ରକାଶ କରିଛନ୍ତି । ପୂର୍ବରୁ ବହୁ ଭଲ୍ୟୁଣ୍ଟର ଏହି କାର୍ଯ୍ୟରେ ନିୟୋଜିତ ରହିଥିବାବେଳେ ବର୍ତ୍ତମାନ ନୂତନ ଭଲ୍ୟୁଣ୍ଟରମାନେ ଟ୍ରାଫିକ୍ କାର୍ଯ୍ୟରେ ନିୟୋଜିତ ହେବା ଫଳରେ ଟ୍ରାଫିକ୍ ସମସ୍ୟାର କିଛି ମାତ୍ରାରେ ଉନ୍ନତି ଘଟିବ ବୋଲି ଡିଏସ୍ପି ରାୟ କହିବା ସହ ଜନସାଧାରଣ ଟ୍ରାଫିକ୍ ନିୟମ ପ୍ରତି ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି । ଗାଡ଼ି ଚଳାଇବାବେଳେ ହେଲ୍ମେଟ ପରିଧାନ କରିବା, ତିନିଜଣଙ୍କୁ ବସାଇ ବାଇକ୍ ନ ଚଳାଇବା, ମୋବାଇଲ୍ ବ୍ୟବହାର ନ କରିବା, ସିଟ୍ ବେଲ୍ଟ ବ୍ୟବହାର କରିବା, ଡ୍ରାଇଭିଂ ଲାଇସେନ୍ସ, ପଲ୍ୟୁସନ ସାର୍ଟିଫିକେଟ ଏବଂ ବୀମା ସାର୍ଟିଫିକେଟ ରଖିବା ପାଇଁ ନିୟମ ରହିଥିବା ଯୋଗୁଁ ସମସ୍ତ ଜନସାଧାରଣ ଏଥିପ୍ରତି ସଚେତନ ରହିବାକୁ ଡିଏସ୍ପି ରାୟ ସୁଚନା ଦେଇଛନ୍ତି ।






