ବ୍ରହ୍ମପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଗଂଜାମ ଓକିଲ ସଂଘ ପକ୍ଷରୁ ୪ ଦିନିଆ କୋର୍ଟ ବର୍ଜନ ଆନେ୍ଦାଳନ ଆରମ୍ଭ ।

YouTube video

ବ୍ରହ୍ମପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଗଂଜାମ ଓକିଲ ସଂଘ ପକ୍ଷରୁ ୪ ଦିନିଆ କୋର୍ଟ ବର୍ଜନ ଆନେ୍ଦାଳନ ବୁଧବାର ଆରମ୍ଭ ହୋଇଛି । ଦୀର୍ଘ ବର୍ଷ ଧରି ଏହି ଦାବିରେ ଆଇନଜୀବୀମାନେ ମାସର ଶେଷ ଚାରି ଦିନ କୋର୍ଟ ବର୍ଜନ କରି ସରକାରଙ୍କ ଉପରେ ଚାପ ସୃଷ୍ଟି କରି ଆସୁଥିଲେ ମଧ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଉ ନ ଥିବାରୁ ଆଇନଜୀବୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନେ୍ଦାଳନ ଜାରି ରହିବ ବୋଲି ସଂଘ ସଭାପତି ରବିନ୍ଦ୍ର ନାଥ ପାଣିଗ୍ରାହୀ, ଉପସଭାପତି ଚିତ୍ତ ରଂଜନ ଶତପଥୀ, ସମ୍ପାଦକ କୈଳାସ ଚନ୍ଦ୍ର ପାଣିଗ୍ରାହୀ ଓ ଯୁଗ୍ମ ସମ୍ପାଦକ କିରଣ କୁମାର ମଣ୍ଡଳ ପ୍ରମୁଖ ସ୍ପଷ୍ଟ କରିଛନ୍ତି ।