ବ୍ରହ୍ମପୁରରୁ ପୁରୀ ସିଧାସଳଖ ଟ୍ରେନ୍ ଚଳାଚଳ ଦାବିରେ ବରିଷ୍ଠ ନାଗରିକ ମଂଚ ଓ ସଂସ୍କାରବାଦୀ ତରଫରୁ ବ୍ରହ୍ମପୁର ରେଳ ଷ୍ଟେସନ ସମ୍ମୁଖରେ ଧାରଣା ।

YouTube video

ବ୍ରହ୍ମପୁରରୁ ପୁରୀ ସିଧାସଳଖ ଟ୍ରେନ୍ ଚଳାଚଳ କରିବା ଦାବିନେଇ ବୁଧବାରଠାରୁ ବ୍ରହ୍ମପୁର ରେଳ ଷ୍ଟେସନ ସମ୍ମୁଖରେ ବରିଷ୍ଠ ନାଗରିକ ମଂଚ ଓ ସଂସ୍କାରବାଦୀ ସଂଗଠନ ତରଫରୁ ଧାରଣା ଆରମ୍ଭ ହୋଇଛି । ପ୍ରତିଦିନ ବହୁ ଯାତ୍ରୀ ବ୍ରହ୍ମପୁରରୁ ପୁରୀ ଯାତାୟତ କରିଥାନ୍ତି । ଫଳରେ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ତୁରନ୍ତ ବ୍ରହ୍ମପୁରରୁ ପୁରୀକୁ ଏକ ମେମୁ କିମ୍ବା ପାସେଂଜର ଟ୍ରେନ୍ ଚଳାଚଳ କରିବାପାଇଁ ଏଠାରେ ସଭାପତି ତ୍ରିନାଥ ମହାରଣା ଦାବି କରିଥିଲେ । ଏହି ଅବସରରେ ବୃନ୍ଦାବନ ଖଟେଇ, ବିଘ୍ନେଶ୍ୱର ପାଢ଼ୀ, ପ୍ରମୋଦ ସାହୁ, ପ୍ରଭାତ ମହାପାତ୍ର, ସରିତା ପଣ୍ଡା, କିଶୋର ଚନ୍ଦ୍ର ବ୍ରହ୍ମା, ରବିନ୍ଦ୍ର ନାଥ ସ୍ୱାଇଁ, କାଶିନାଥ ପାତ୍ର,ଏସ୍.ଶାମ୍ବଶିବା ରାଓ, ରମେଶ ଚନ୍ଦ୍ର ସାହୁ, ସଂତୋଷିନି ବେହେରାଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।