
ଛତ୍ରପୁରଥାନା ଅନ୍ତର୍ଗତ ପାଲିଆ ଛତ୍ରପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏକ ଘର ମଧ୍ୟରୁ ଏକା ଥରକେ ୩ଟି ଶବ ଉଦ୍ଧାର କରାଯାଇଛି । ପାଲିଆ ନିବାସୀ ବୃନ୍ଦାବନ ବେହେରାଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ରହିଥିବାବେଳେ ତାଙ୍କ ପତ୍ନୀ ଉର୍ମିଳା ଓ କନ୍ୟା ସୁନିତାଙ୍କ ଶବ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପୋଲିସ ଉଦ୍ଧାର କରିଛି । ମୃତ୍ୟୁର କାରଣ ଜଣାପଡ଼ିନଥିବାବେଳେ ପୋଲିସ ଏଥିନେଇ ତଦନ୍ତ ଜାରି ରଖିଛି । ପୋଲିସ ଶବ ଗୁଡ଼ିକୁ ଉଦ୍ଧାର କରି ବ୍ୟବଛେଦ କରିବା ସହ ଏକ ମାମଲା ରୁଜୁ କରିଛି । ଘଟଣାର ଖବର ପାଇ ଗଂଜାମ ଏସ୍ପି ବ୍ରିଜେଶ କୁମାର ରାଏ, ଏଏସ୍ପି ଠାକୁର ପ୍ରସାଦ ପାତ୍ର ଓ ଅନ୍ୟାନ୍ୟ ପୋଲିସ ଅଧିକାରୀ ପହଂଚି ଏହାର ତଦନ୍ତ କରିଥିଲେ ।






