ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ମୋଟର ଯାନ ଦୁର୍ଘଟଣା ଜନିତ ଆଇନ ସମ୍ପର୍କିତ ସଚେତନତା ଶିବିର ଅନୁଷ୍ଠିତ ।

YouTube video

ବ୍ରହ୍ମପୁର : ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୁଲ୍ୟରେ ମୋଟର ଯାନ ଦୁର୍ଘଟଣା ଜନିତ ଆଇନ ସମ୍ପର୍କିତ ଏକ ସଚେତନତା ଶିବିର ମଂଗଳବାର ପ୍ରାଧିକରଣ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିରୂପେ ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଜଜ୍ ରାମ ଶଙ୍କର ହୋତା ଯୋଗଦେଇ ଶିବିରର ଶୁଭାରମ୍ଭ କରିବା ସହ ମୋଟରଯାନ ଦୁର୍ଘଟଣା ଜନିତ ଆଇନ ସମ୍ପର୍କରେ ଆଲୋକପାତ କରିଥିଲେ । ଏମ୍ଏସିଟି ଜଜ୍ ସୌଭାଗିନି ମଲ୍ଲୀକ, ପ୍ରାଧିକରଣ ସଚିବ ବିଜୟ କୁମାର ଦାସ, ଶ୍ୟାମ ସୁନ୍ଦର ସାହୁ, ସୁବ୍ରତ ସାହୁ ପ୍ରମୁଖ ଏହି ଅବସରରେ ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ । ସେହିପରି ଗଂଜାମ ଓକିଲ ସଂଘ ଏବଂ ଏମ୍ଏସିଟି ବାର ସଂଘର ବହୁ ଆଇନଜୀବୀ ପାନେଲ ଓକିଲ, ପାରାଲିଗାଲ ଭଲ୍ୟୁଣ୍ଟର ଓ ପୋଲିସ ଅଫିସର ଉପସ୍ଥିତ ଥିଲେ ।