କୋଣାର୍କ ଏକ୍ସପ୍ରେସକୁ ସୁପର ଫାଷ୍ଟ ଟ୍ରେନ କରିବା ସମେତ ବିଭିନ୍ନ ଦାବିରେ ବରୁଣେଶ୍ୱର ବାଟ ମୁଣ୍ଡଳୀ ସୋସିଆଲ୍ ଫାଉଣ୍ଡେସନ୍ ପକ୍ଷରୁ ବ୍ରହ୍ମପୁର ସାଂସଦଙ୍କୁ ସାକ୍ଷାତ ।

YouTube video

ବ୍ରହ୍ମପୁର : ଭୂବନେଶ୍ୱରରୁ ବ୍ରହ୍ମପୁର ଦେଇ ମୁମ୍ବାଇ ଯାଉଥିବା କୋଣାର୍କ ଏକ୍ସପ୍ରେସକୁ ସୁପର ଫାଷ୍ଟ ଟ୍ରେନ୍ରେ ପରିଣତ କରିବା, ମୁମ୍ବାଇରୁ ବିଶାଖା ପାଟଣା ଆସୁଥିବା ଟ୍ରେନକୁ ବ୍ରହ୍ମପୁର ଦେଇ ଭୂବନେଶ୍ୱର ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା ଏବଂ ଭୂବନେଶ୍ୱରରୁ ପୁନେ ଯାଉଥିବା ଟ୍ରେନକୁ ମୁମ୍ବାଇ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା ଆଦି ଦାବିନେଇ ମଂଗଳବାର ମୁମ୍ବାଇରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ବରୁଣେଶ୍ୱର ବାଟ ମୁଣ୍ଡଳୀ ସୋସିଆଲ୍ ଫାଉଣ୍ଡେସନ୍ ପକ୍ଷରୁ ଦାବି ହୋଇଛି । ଏହି ଦାବିନେଇ ଫାଉଣ୍ଡେସନ୍ର ସଭାପତି ତଥା ସମାଜସେବୀ ନୀଳାଂଚଳ ପାତ୍ର ଓ ଉପସଭାପତି କୃଷ୍ଣ ପ୍ରଧାନ ଏକ ଦାବିପତ୍ର ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁଙ୍କୁ ପ୍ରଦାନ କରି ଏ ଦିଗରେ ଉଚିତ ପଦକ୍ଷେପ ଗ୍ରହଣ କରିବାପାଇଁ ଆଲୋଚନା କରିଥିଲେ । ଏହା ଫଳରେ ଓଡ଼ିଶାର ଯାତ୍ରୀମାନେ ଉପକାର ପାଇପାରିବେ ବୋଲି ସେମାନେ କହିଥିଲେ । ପ୍ରତିଦିନ ହଜାର ହଜାର ଯାତ୍ରୀ ଓଡ଼ିଶାରୁ ମୁମ୍ବାଇକୁ ଯାତ୍ରା କରିଥାନ୍ତି । ଯାତ୍ରା ସମୟରେ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେବା ସହ ଦୀର୍ଘ ସମୟ ଧରି ଟ୍ରେନ୍ରେ ଯାତ୍ରା କରିବାକୁ ପଡ଼ିଥାଏ । ତେଣୁ ତୁରନ୍ତ ଦାବିନେଇ ସାଂସଦ ସାହୁ କେନ୍ଦ୍ର ରେଳ ମନ୍ତ୍ରୀଙ୍କ ସହ ଆଲୋଚନା କରି ପଦକ୍ଷେପ ନେବାପାଇଁ ଏଠାରେ କୁହାଯାଇଥିଲା । ଏ ସଂକ୍ରାନ୍ତରେ ସେ କେନ୍ଦ୍ର ରେଳ ମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି ଏଠାରେ ସାଂସଦ ସାହୁ ପ୍ରତିଶୃତି ଦେଇଥିଲେ ।