
ବ୍ରହ୍ମପୁର : ସାଉଥ୍କୋ ଅଧିନସ୍ଥ ୮ଟି ଜିଲ୍ଲାରେ ବକେୟା ବିଦ୍ୟୁତ୍ ବିଲ୍ ଆଦୟ ନେଇ ସ୍ୱତନ୍ତ୍ର ଅଭିଯାନ ଚାଲୁ ରହିଛି । ବର୍ତ୍ତମାନ ସୁଦ୍ଧା ୧୭୧.୪୯ଲକ୍ଷ ଟଙ୍କା ଆଦାୟ କରାଯିବା ସହ ୧ହଜାର ୮୮୬ ଜଣଙ୍କ ବିଦ୍ୟୁତ ସଂଯୋଗ ବିଛିନ୍ନ କରାଯାଇଛି । ୧୬୯ ଜଣଙ୍କ ବକେୟା ଦେୟ ପ୍ରଦାନ ପରେ ପୁନଃ ସଂଯୋଗ ଦିଆଯାଇଥିବା ସାଉଥ୍କୋ ପକ୍ଷରୁ କୁହାଯାଇଛି । ସାଉଥ୍କୋ ଅଧିନରେ ୨କୋଟି ୬ଲକ୍ଷ ବିଦ୍ୟୁତ୍ ଉପଭୋକ୍ତାଙ୍କଠାରେ ୧କୋଟି ୩୫୭ ଲକ୍ଷ ଟଙ୍କା ବକେୟା ରହିଥିବା ପରିପ୍ରେକ୍ଷୀରେ ସାଉଥ୍କୋ ପକ୍ଷରୁ ବକେୟା ସଂଗ୍ରହ ଚାଲୁ ରହିଛି । ଏଥିପାଇଁ ୩୮୬ଟି ସ୍କ୍ୱାର୍ଡ ୮ଟି ଜିଲ୍ଳାପାଇଁ ନିୟୋଜିତ କରାଯାଇଛି । ଅଷ୍ଟମ ଦିବସରେ ଗଂଜାମ ଜିଲ୍ଲାରୁ ୬୮.୩୦ଲକ୍ଷ ଟଙ୍କା ଆଦାୟ କରାଯାଇଥିବା ସାଧାରଣ ପରିଚାଳକ ଲେଙ୍କା ପ୍ରସାଦ ସୁଚନା ଦେଇଛନ୍ତି ।






