
ବ୍ରହ୍ମପୁର : ୭ଦଫା ଦାବିପୁରଣ ନେଇ ମଂଗଳବାର ଗେଟବଜାର ଦୁଗ୍ଧ ଉତ୍ପାଦନ କେନ୍ଦ୍ର ସମ୍ମୁଖରେ ବୃହତ୍ତର ଗଂଜାମ-ଗଜପତି ଦୁଗ୍ଧ ଉତ୍ପାଦନ ସମବାୟ ସଂଘର ପରିଚାଳନା ମଣ୍ଡଳୀ ସଭ୍ୟ ସଭ୍ୟା ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବୋର୍ଡର ବିନା ଅନୁମତିରେ ମନ୍ମଥ ବାରିକଙ୍କୁ ବେନିୟମଭାବେ ଉଚ୍ଚ ଦରମାରେ ଅଧିକାରୀ ପଦବୀରେ ସ୍ଥାୟୀ ନିଯୁକ୍ତି ଦିଆଯାଇଥିବା ଏଠାରେ ଅଭିଯୋଗ କରାଯାଇଥିଲା । ଦୁଗ୍ଧ ସଂଘର ଭଲ ମେନିନାରୀ, ଜେନରେଟର ଓ ମୋଟର ସାଇକେଲ୍ ଇତ୍ୟାଦିକୁ ବିନା ଅନୁମତିରେ ବିକ୍ରି କରାଯାଇଥିବା, ବାଲି ପଦର ଦୁଗ୍ଧ ସମବାୟ ସମିତିକୁ ୨୩ ମାସରେ ୬୯ଟି ବିଲ୍ରେ ଅଧିକ ଟଙ୍କା ପଠାଇବା, ବୋର୍ଡର ବିନା ଅନୁମତିରେ ସଂଘର ଅର୍ଥରେ ଦୋକାନଗୃହ ନିର୍ମାଣ କରାଯିବା, ଅବସରପ୍ରାପ୍ତ କର୍ମଚାରୀମାନଙ୍କ ପ୍ରାପ୍ୟ ସମାନ ସମୟରେ ନଦେବା ସମେତ ଅନ୍ୟାନ୍ୟ ଦାବିନେଇ ଏପରି ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଦୁଗ୍ଧ ଉତ୍ପାଦନ କେନ୍ଦ୍ରର ଅଧିକାରୀଙ୍କୁ ଏଠାରେ ପରିଚାଳନା ମଣ୍ଡଳୀର ସଭ୍ୟସଭ୍ୟାମାନେ ଦଂବିପତ୍ର ପ୍ରଦାନ କରିଥିଲେ । ଏପରି ଦୁର୍ନିତୀର ସିବିଆଇ ତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ କଡ଼ା ପଦକ୍ଷେପ ନିଆଯାଉ ବୋଲି ଏଠାରେ ଉଲେଖ କରାଯାଇଥିଲା ।






