ମଦ ଦୋକାନ ସମ୍ମୁଖରେ ଅଳିଆ ଫୋପାଡ଼ିବା ସହ ସ୍ୱଛତା ନ ରଖିବାରୁ ୨ଟି ଦୋକାନକୁଏକ ଲକ୍ଷ ଟଙ୍କା ଲେଖାଏଁ ଜରିମାନା କଲେ ଜିଲ୍ଲାପାଳ ।

YouTube video

ବ୍ରହ୍ମପୁର : ମଦ ଦୋକାନ ସମ୍ମୁଖରେ ଅଳିଆ ଫୋପାଡ଼ିବା ସହ ସ୍ୱଛତା ନ ରଖିବା ପାଇଁ ବ୍ରହ୍ମପୁର ରେଳ ଷ୍ଟେସନ ନିକଟରେ ଥିବା ମଦ ଦୋକାନୀ ଜରିମାନା ଦେଇଛନ୍ତି । ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେ ଅଚାନକ ରେଳ ଷ୍ଟେସନ ଅଂଚଳରେ ବୁଲିବାବେଳେ ସ୍ୱଛତା ଯାଂଚ କରିଥିଲେ । ଏହି ସମୟରେ ୨ ମଦ ଦୋକାନ ଆଗରେ ପାଣି ବୋତଲ ସହ ମଦ ବୋତଲ ପଡ଼ିରହିଥିଲା । ଏଭଳି ଅସ୍ୱଛତା ଦେଖି ଜିଲ୍ଲାପାଳ କୁଲାଂଗେ ବିରକ୍ତି ପ୍ରକାଶ କରିବା ସହ ଏକ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଆଦାୟ କରିବାକୁ ନିର୍ଦେଶ ଦେଇଥିଲେ । ଏଥିସହ ଅନ୍ୟ ୫ ଦୋକାନୀଙ୍କଠାରୁ ମଧ୍ୟ ଦଶ ହଜାର ଜରିମାନା ଆଦାୟ ପାଇଁ ନିର୍ଦେଶ ଦେଇଛନ୍ତି ।