Home Entertainment ଅଭିଷେକ କ୍ରିଏସନ୍ ପକ୍ଷରୁ୨ଦିନିଆ ଓଡ଼ିଶା ସାଂସ୍କୃତିକ ମହୋତ୍ସବ ଉଦ୍ୟାପିତ, ମୁମ୍ବାଇର କଣ୍ଠଶିଳ୍ପୀ ସୁନୀଲ କୁମାର ଓ...

ଅଭିଷେକ କ୍ରିଏସନ୍ ପକ୍ଷରୁ୨ଦିନିଆ ଓଡ଼ିଶା ସାଂସ୍କୃତିକ ମହୋତ୍ସବ ଉଦ୍ୟାପିତ, ମୁମ୍ବାଇର କଣ୍ଠଶିଳ୍ପୀ ସୁନୀଲ କୁମାର ଓ ସାଥୀଙ୍କ ସଂଗୀତ ମୂଖ୍ୟ ଆକର୍ଷଣ ।

YouTube video

ଖଲିକୋଟ କଲେଜ ଖେଳ ପଡ଼ିଆରେ ଅଭିଷେକ କ୍ରିଏସନ୍ ପକ୍ଷରୁ ଆୟୋଜିତ ୨ଦିନିଆ ଓଡ଼ିଶା ସାଂସ୍କୃତିକ ମହୋତ୍ସବ ରବିବାର ସଂଧ୍ୟାରେ ଉଦ୍ୟାପିତ ହୋଇଯାଇଛି । ଉଦ୍ୟାପନୀ ସଂଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିରୂପେ ଶକ୍ତିମନ୍ତ୍ରୀ କ୍ୟାପ୍ଟେନ ଦୀବ୍ୟ ଶଙ୍କର ମିଶ୍ର ଯୋଗଦେଇ ଉଦ୍ଘାଟନ କରିବା ସହ ଏପରି ମହୋତ୍ସବ ଦ୍ୱାରା ଗଂଜାମ ଜିଲ୍ଲା ତଥା ରାଜ୍ୟର କଳା ଓ ସଂସ୍କୃତିର ବିକାଶ ଘଟିବ ବୋଲି କହିଥିଲେ । ସମ୍ମାନୀତ ଅତିଥିଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଗୋପାଳପୁର ବିଧାୟକ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ବ୍ରହ୍ମପୁରର ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେଡ଼ି ସଭାପତି ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟନାୟକ, ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର, ଆକାଶବାଣୀ କେନ୍ଦ୍ର ନିର୍ଦେଶକ ହୃଷିକେଶ ପାଣିଗ୍ରାହୀ, ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାସ ମହାରଣା ପ୍ରମୁଖ ଯୋଗଦେଇଥିଲେ । ଏଠାରେ ଟିମ କ୍ଳିନ ସିଟି ସମେତ ବିଭିନ୍ନ ଅନୁଷ୍ଠାନକୁ ସେମାନଙ୍କ ସେବା ମୂଳକ କାର୍ଯ୍ୟପାଇଁ ସମ୍ବର୍ନ୍ଧିତ କରାଯାଇଥିଲା । ଏହି ଅବସରରେ ଭୂବନେଶ୍ୱରର ନୃତ୍ୟଶିଳ୍ପୀ ଅରୁପା ପଟନାୟକ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିବାବେଳେ ଲିଜମ ଡ୍ୟାନ୍ସ ଏକାଡେମୀ, ଜାଗୃତି ଏକାଡେମି ଅଫ ଆର୍ଟ ଏଣ୍ଡ୍ କଲ୍ଚର୍, ଏରୋବିକ୍ ଡେଡିକେସନ ଭିମ୍ ଗୃପ୍ ଏବଂ ରକ୍ଷ୍ଟାର ଡ୍ୟାନ୍ସ ଗୃପ୍ ପକ୍ଷରୁ ନୃତ୍ୟ ପରିବେଷଣ କରାଯାଇଥିଲା । କିନ୍ନର ସଂଘ ପକ୍ଷରୁ ଏଠାରେ ଫେସନ ସୋ ଆୟୋଜିତ ହୋଇଥିଲା । ଶେଷରେ ମୁମ୍ବାଇର କଣ୍ଠଶିଳ୍ପୀ ସୁନୀଲ କୁମାର ଓ ସାଥୀ ସଂଗୀତ ପରିବେଷଣ କରିଥିଲେ । ମହୋତ୍ସବ କମିଟି ଅଧ୍ୟକ୍ଷ ପ୍ରକାଶ ପଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଭିଷେକ କ୍ରିଏସନ୍ର ପରିଚାଳନା ନିର୍ଦେଶିକା ଉଷା ପଟନାୟକ, ନିର୍ଦେଶିକା ଆରତୀ ପଟନାୟକ, ସମ୍ପାଦକ ସୁଦୀପ ସାହୁ ସଂଯୋଜକ ଜ୍ୟୋତି ରଂଜନ ଦାଶ, ଜିଲ୍ଲା ଛାତ୍ର ବିଜେଡ଼ି ସଭାପତି ପ୍ରଶାନ୍ତ ପଣ୍ଡା, ଦେବହରି ବେହେରା, ମିହିର ତ୍ରିପାଠୀ, କେଦାର ନାଥ ଚୌଧୁରୀ, ଧନଂଜୟ ରାଓ, ସଂତୋଷ କୁମାର ସାହୁ, ନିର୍ମଳ ଚନ୍ଦ୍ର ସାହୁ, ସୁନନ୍ଦା ଚୌଧୁରୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଗୁଲାମ ରସୁଲ ସାଂସ୍କୃତିକ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ ।