୧୧ଦଫା ଦାବିରେ ମାନବ ଅଧିକାର ସୁରକ୍ଷା ମଂଚ ତରଫରୁ ଦକ୍ଷିଣାଂଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୧୧୦ତମ ଘଣ୍ଟଯାତ୍ରା ।

YouTube video

ବ୍ରହ୍ମପୁର : ମୋ ସରକାରକୁ ସଠିକ୍ କାର୍ଯ୍ୟକାରୀ ପାଇଁ ଘରୋଇ କମ୍ପାନୀ ପ୍ରିତି ବନ୍ଦ କରି ପିପିପିକୁ ସମ୍ପୁର୍ଣ୍ଣ ବାତିଲ ସହ ସ୍ୱାସ୍ଥ୍ୟ ଚିକିତ୍ସା ପାଇଁ ଅଧିକରୁ ଅଧିକ ଅର୍ଥ ବରାଦ ସମେତ ୧୧ଦଫା ଦାବିନେଇ ସୋମବାର ମାନବ ଅଧିକାର ସୁରକ୍ଷା ମଂଚ ତରଫରୁ ଦକ୍ଷିଣାଂଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୧୧୦ତମ ଘଣ୍ଟଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂଯୋଜକ ଅବନୀ କୁମାର ଗୟା, ଲକ୍ଷ୍ମୀ ନୃସିଂହ ରଥ, ମନୋଜ ତରାଇ, ଶ୍ୟାମ ସୁନ୍ଦର ଖାଡ଼ଙ୍ଗା,ଗଗନ ଚାନ୍ଦ ପ୍ରଧାନ,ଏସ୍.ଶାମ୍ବଶିବା ରାଓ, ସୁବାସ ଚନ୍ଦ୍ର ପାତ୍ର, ଲକ୍ଷ୍ମୀ ନାରାୟଣ ରାଉତ, ମହେଶ୍ୱର ବାଡ଼ତ୍ୟା, ରାଜା ସୁରେଶ, ସୁବାସ ଚନ୍ଦ୍ର ମିଶ୍ର, କେ.ଭି ରାଓ, ଡି.ମୋହନ ରାଓଙ୍କ ସମେତ ବହୁ କର୍ମକର୍ତ୍ତା ଯୋଗଦେଇଥିଲେ । ବ୍ରହ୍ମପୁର ବଡ଼ ଡାକ୍ତରଖାନାର ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ଡାକ୍ତର ଓ ଟେକ୍ନିସିଆନ ପଦବୀ ତୁରନ୍ତ ପୁରଣ କରିବା, ଗୁରୁଦେବ ହସ୍ପିଟାଲ୍ରେ ଅକାଳ ମୃତ୍ୟୁର ଶିକାର ହୋଇଥିବା ଐଶ୍ୱର୍ଯ୍ୟାଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରିବା, ବଡ଼ ଡାକ୍ତରଖାନାର ଟ୍ରମା କେୟାର୍ ସେଣ୍ଟରକୁ ତୁରନ୍ତ କାର୍ଯ୍ୟକାରୀ କରିବା, ସ୍ୱତନ୍ତ୍ର ବର୍ଣ୍ଣ କେୟାର ୟୁନିଟ ସ୍ଥାପନ କରିବା, ମହିଳା ଓ ଶିଶୁ ବିଭାଗ ପାଇଁ ଶହେଟି ସ୍ୱତନ୍ତ୍ର କ୍ୟାବିନ ନିର୍ମାଣ ସହ କ୍ୟାବିନ୍ ଫି ଦର ବୃଦ୍ଧି ବନ୍ଦ କରିବା, ନେଫ୍ରୋଲୋଜୀ ବିଭାଗରେ ସର୍ବନିମ୍ନ ୧୦ଟି ଡାଇଲିସିସ୍ ମେସିନ ଯୋଗାଇବା, ଆଂଚଳିକ ନିଦାନ କେନ୍ଦ୍ରକୁ ୨୪ ଘଣ୍ଟିଆ କରିବା ସମେତ ଅନ୍ୟାନ୍ୟ ଦାବିନେଇ ଏପରି ଘଣ୍ଟଯାତ୍ରା ପ୍ରଦର୍ଶନ କରାଯିବା ସହ ଏକ ସ୍ମାରକପତ୍ର ଆର୍ଡିସିଙ୍କ ସଚିବଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ପ୍ରଦାନ କରାଯାଇଥିଲା ।