ଜିଲ୍ଳାପାଳଙ୍କ ମିଳିତ ମାସିକ ଅଭିଯୋଗ ଶୁଣାଣୀ, ୧୫୭ଟି ଅଭିଯୋଗର ଶୁଣାଣୀ, ୯୭ଟି ଅଭିଯୋଗର ତୁରନ୍ତ ସମାଧାନ, ରେଡକ୍ରସ ପାଣ୍ଠିରୁ ୧ଲକ୍ଷ ୯୦ ହଜାର ଟଙ୍କା ପ୍ରଦାନ ।

YouTube video

ବ୍ରହ୍ମପୁର : ଉପଜିଲ୍ଳାପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଜିଲ୍ଳାପାଳଙ୍କ ମିଳିତ ମାସିକ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେ, ଉପଜିଲ୍ଳାପାଳ ସିନେ୍ଧ ଦତାତ୍ରୟ ଭାଉ ସାହେବ, ଏସ୍ପି ପିନାକ ମିଶ୍ରଙ୍କ ସମେତ ବିଭିନ୍ନ ଅଧିକାରୀ ଉପସ୍ଥିତ ଥିଲେ । ଏଠାରେ ୧୫୭ଟି ଅଭିଯୋଗର ଶୁଣାଣୀ କରାଯାଇଥିବାବେଳେ ସେଥିମଧ୍ୟରୁ ୧୨୬ଟି ବ୍ୟକ୍ତିଗତ, ୧୦ଟି ଗ୍ରାମାଂଚଳ ରହିଥିବାବେଳେ ୯୭ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା । ସେହିପରି ରେଡକ୍ରସ ପାଣ୍ଠିରୁ ୧ଲକ୍ଷ ୯୦ ହଜାର ଟଙ୍କା ପ୍ରଦାନ କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା ।