Home Entertainment ଖଲିକୋଟ କଲେଜ ଖେଳ ପଡ଼ିଆରେ ଅଭିଷେକ କ୍ରିଏସନ୍ ତରଫରୁ ଓଡ଼ିଶା ସାଂସ୍କୃତିକ ମହୋତ୍ସବର ପ୍ରଥମ ଦିନରେ...

ଖଲିକୋଟ କଲେଜ ଖେଳ ପଡ଼ିଆରେ ଅଭିଷେକ କ୍ରିଏସନ୍ ତରଫରୁ ଓଡ଼ିଶା ସାଂସ୍କୃତିକ ମହୋତ୍ସବର ପ୍ରଥମ ଦିନରେ ଗାୟିକା ଅସୀମା ପଣ୍ଡା ଓ ପ୍ରୀନ୍ସ ଡ୍ୟାନ୍ସ ଗୃପ୍ ମୁଖ୍ୟ ଆକର୍ଷଣ ।

YouTube video

ବ୍ରହ୍ମପୁର : ଖଲିକୋଟ କଲେଜ ଖେଳ ପଡ଼ିଆଠାରେ ଅଭିଷେକ କ୍ରିଏସନ୍ ତରଫରୁ ଓଡ଼ିଶା ସାଂସ୍କୃତିକ ମହୋତ୍ସବର ଉଦ୍ଘାଟନୀ ସମାରୋହରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଯୋଗଦେଇ ମହୋତ୍ସବ ଉଦ୍ଘାଟନ କରିଥିଲେ । ଏଥିରେ ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟନାୟକ, ଛତ୍ରପୁର ବିଧାୟକ ସୁବାସ ବେହେରା, ଗଂଜାମ ଜିଲ୍ଳାପାଳ ବିଜୟ ଅମୃତା କୁଲାଂଗେ, ବ୍ରହ୍ମପୁର ଆକାଶବାଣୀ କେନ୍ଦ୍ର ନିର୍ଦେଶକ ହୃଷିକେଶ ପାଣିଗ୍ରାହୀ, ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାସ ମହାରଣା ପ୍ରମୁଖ ସମ୍ମାନୀତ ଅତିଥିରୂପେ ଯୋଗଦେଇଥିଲେ । ମହୋତ୍ସବ କମିଟି ଅଧ୍ୟକ୍ଷ ପ୍ରକାଶ ପଟନାୟକଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣଭାବେ ଗାୟିକା ଅସୀମା ପଣ୍ଡା ଓ ପ୍ରୀନ୍ସ ଡ୍ୟାନ୍ସ ଗୃପ୍ର କଳାକାରମାନେ ଯୋଗଦେଇ ଦର୍ଶକମାନଙ୍କୁ ଉତ୍ସାହିତ କରିଥିଲେ । ସେହିପରି ଅନ୍ୟାନ୍ୟ ଅନୁଷ୍ଠାନ ତରଫରୁ ଏଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶିତ ହୋଇଥିଲା । ଏହି ଅବସରରେ ଉଲ୍ଲେଖନିୟ କାର୍ଯ୍ୟ ପାଇଁ ମୂନିଷିପେଣ୍ଠ ସ୍ୱାସ୍ଥ୍ୟକେନ୍ଦ୍ରର ଗୋଷ୍ଟି ଜନସ୍ୱାସ୍ଥ୍ୟ ଅଧିକାରି ବରୁଣ୍ ପାଣିଗ୍ରାହିଙ୍କ ସମେତ ବହୁ ପ୍ରତିଭାଧାରୀଙ୍କୁ ସମ୍ବର୍ନ୍ଧିତ କରାଯାଇଥିଲା । ପରିଚାଳନା ନିର୍ଦେଶିକା ଉଷା ପଟନାୟକ, ସଂଘମିତ୍ରା ଦଳେଇ, ସୋନାଲୀ ଗନ୍ତାୟତ, ଭାଗ୍ୟଶ୍ରୀ, ଉଷାରାଣୀ ମହାପାତ୍ର, ଦେବହରି ବେହେରା, ସମ୍ପାଦକ ସୁଦୀପ କୁମାର ସାହୁ , ସୁନୀଲ ସାହୁ, ଟୁଟୁ ବେହେରା,ରବିନ୍ଦ୍ର ଡାକୁଆ, ରବି ବେହେରା, ଅମର ସାହୁ ପ୍ରମୁଖଙ୍କ ସମେତ ବହୁ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ଆରତୀ ପଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।