ଖେଳ ହେଲା କାଳ, ପାଳଗଦା ନିଆଁରେ ପୋଡ଼ିଯାଇ ୩ଜଣ ଶିଶୁଙ୍କ ମୃତ୍ୟୁ , ଅନ୍ୟଜଣେ ଗୁରୁତର ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି ।

YouTube video

ପୋଲସରା : ପୋଲସରା ଥାନା ଅନ୍ତର୍ଗତ ଖଇରଚଟା ଗ୍ରାମରେ ପାଳଗଦା ନିଆଁରେ ପୋଡ଼ିଯାଇ ୩ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଛନ୍ତି । ଏହି ପିଲାମାନେ ପାଳଗଦା ନିକଟରେ ପାଳରେ ଘର କରି ଖେଳୁଥିବା ସମୟରେ ହଠାତ୍ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ଫଳରେ ଶିଶୁମାନେ ଏହି ନିଆଁରେ ପୋଡ଼ିଯାଇଥିଲେ । ପିଲାମାନେଙ୍କ ଚିକ୍ରାର ଶୁଣି ଗ୍ରାମବାସୀ ପହଂଚି ପ୍ରଥମେ ପୋଲସରା ଗୋÂୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ । ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଘଟଣାସ୍ଥଳରେ ପହଂଚି ସେମାନଙ୍କ ଚିକିତ୍ସା ବ୍ୟବସ୍ଥା ବୁଝିବା ସହ ବ୍ୟକ୍ତଗତଭାବେ ୨୦ହଜାର ଟଙ୍କା ପ୍ରଦାନ କରିଥିଲେ । ଏପରି ଘଟଣା ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି । ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରଙ୍କୁ ୪ଲକ୍ଷ ଟଙ୍କା ଲେଖାଏ ସହାୟତା ପ୍ରଦାନ କରିଛନ୍ତି ।