
ସାଉଥ୍କୋ ଅଧିନସ୍ଥ ସମସ୍ତ ଜିଲ୍ଲାରେ ବକେୟା ବିଦ୍ୟୁତ୍ ବିଲ୍ ଆଦୟ ନେଇ ଚାଲିଥିବା ସ୍ୱତନ୍ତ୍ର ଅଭିଯାନ ଚାଲୁ ରହିଛି । ବର୍ତ୍ତମାନ ସୁଦ୍ଧା ୨୦୧.୩୧ଲକ୍ଷ ଟଙ୍କା ଆଦାୟ କରାଯିବା ସହ ୨ହଜାର ୫ଶହ ଜଣଙ୍କ ବିଦ୍ୟୁତ ସଂଯୋଗ ବିଛିନ୍ନ କରାଯାଇଛି । ବକେୟା ଦେୟ ପ୍ରଦାନ ପରେ ୩ଶହ ୭୪ଜଣ ଉପଭୋକ୍ତାଙ୍କଠାରୁ ୧୫.୪୯ଲକ୍ଷ ଆଦାୟ ପରେ ପୁନଃ ସଂଯୋଗ ଦିଆଯାଇଥିବା ସାଉଥ୍କୋ ପକ୍ଷରୁ କୁହାଯାଇଛି । ସାଉଥ୍କୋ ଅଧିନରେ ୨କୋଟି ୬ଲକ୍ଷ ବିଦ୍ୟୁତ୍ ଉପଭୋକ୍ତାଙ୍କଠାରେ ୧କୋଟି ୩୫୭ ଲକ୍ଷ ଟଙ୍କା ବକେୟା ରହିଥିବା ପରିପ୍ରେକ୍ଷୀରେ ସାଉଥ୍କୋ ପକ୍ଷରୁ ବକେୟା ସଂଗ୍ରହ ଚାଲୁ ରହିଛି । ଏଥିପାଇଁ ୩୮୬ଟି ସ୍କ୍ୱାର୍ଡ ୮ଟି ଜିଲ୍ଳାପାଇଁ ନିୟୋଜିତ କରାଯାଇଛି ।






