
ଶ୍ରୀ ବିରାଟ ପୋତୁଲୁରୁ ବୀର ବ୍ରହ୍ମେନ୍ଦ୍ର ସ୍ୱାମୀ ମନ୍ଦିରର ୫୦ତମ ବାର୍ଷିକ ଉତ୍ସବ ଅବସରରେ ପ୍ରତିଦିନ ସଂଧ୍ୟାରେ ନୃତ୍ୟ ଓ ସଂଗୀତ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଗୁରୁବାର ସଂଧ୍ୟାରେ ଲଳିତା କଲ୍ଚୁରାଲ ଏକାଡେମୀ ତରଫରୁ ନୃତ୍ୟ ଓ ସଂଗୀତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ସଭାପତି ଭି.ବିଜୟ କୁମାର ଓ ସମ୍ପାଦକ ଏସ୍.ଚିଟିବାବୁଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଲଳିତା ଏକାଡେମୀର ମୁଖ୍ୟ ଭି.ଚନ୍ଦ୍ରକଳାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କୁନି କୁନି ଶିଶୁଙ୍କଠାରୁ ଆରମ୍ଭ କରି ମହିଳାମାନେ ମଧ୍ୟ ଏଠାରେ ନୃତ୍ୟ ପ୍ରଦର୍ଶନ କରିଥିଲେ ।






