
ବ୍ରହ୍ମପୁର : ବ୍ରହ୍ମାନଗରସ୍ଥିତ ଗୁରୁଦେବ ଘରୋଇ ହସପିଟାଲକୁ ଶୁକ୍ରବାର ପ୍ରଶାସନ ତରଫରୁ ସିଲ କରିଦିଆଯାଇଛି । ଆବଶ୍ୟକିୟ ଦସ୍ତାବିଜ ନଥିବାଯୋଗୁଁ ହସପିଟାଲକୁ ଏପରି ସିଲ କରାଯାଇଥିବା ଉପ ଜିଲ୍ଲାପାଳ ସିନେ୍ଧ ଦତାତ୍ରୟ ଭାହୁସାହେବ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଏହି ହସପିଟାଲରେ ଲାଜିପଲ୍ଲି ଅଂଚଳର ଜୈନେକ ମହିଳା ଅବହେଳା କାରଣରୁ ମୃତୁ୍ୟ ଘଟିଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ଅଂଚଳବାସି ଓ ବିଭିନ୍ନ ସଂଘଠନ ପକ୍ଷରୁ ପ୍ରତିବାଦ କରାଯାଇଥିଲା ।






