
ବ୍ରହ୍ମପୁର : ରାଜ୍ୟ ବିଜୁ ଜନତା ଦଳ ତରଫରୁ ବ୍ରହ୍ମପୁରର ପୂର୍ବତନ ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟନାୟକଙ୍କୁ ନୂତନଭାବେ ଗଂଜାମ ଜିଲ୍ଲା ବିଜେଡ଼ିର ସଭାପତିଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି । ଏଥିପାଇଁ ତାଙ୍କ ଭାବାନଗରସ୍ଥିତ ବାସଭବନରେ ବିଜେଡ଼ିର ବହୁ ନେତା ଓ କର୍ମୀ ପୁଷ୍ପଗୁଛ ପ୍ରଦାନ ପୂର୍ବକ ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେଡ଼ି ସଭାପତି ଡାକ୍ତର ଚ୍ୟାଉ ପଟନାୟକଙ୍କୁ ଶୁଭେଛା ଜଣାଇଥିଲେ । ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା, ମହିଳା ବିଜେଡ଼ି ସଭାନେତ୍ରୀ ସଂଘମିତ୍ରା ଦଳେଇ, ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାସ ମହାରଣା, ପୂର୍ବତନ କର୍ପୋରେଟର ଆର୍.ମୁରଲୀ ମୋହନ, ମୁକୁନ୍ଦ ଗୌଡ଼, ଭୀଷ୍ମାଚାର୍ଯ୍ୟ ଚୌଧୁରୀ, ମହାନଗର ସଭାପତି ବିଜୟ ସାମଲ, ସୁରେଶ ତ୍ରିପାଠୀ, ବିଜୟ ଭାସ୍କର ସିଂ ସାମନ୍ତ, ମମତା ବିଶୋୟୀ, ସୁରେନ୍ଦ୍ର ମହାରଣା, ସସ୍ମିତା ସାହୁ, ସଚିନ ପଣ୍ଡା ଓ ସଂଜିତ ପାଣିଗ୍ରାହୀଙ୍କ ସମେତ ଅନ୍ୟାନ୍ୟ ବିଜେଡ଼ି କର୍ମକର୍ତ୍ତା ଏହି ଅବସରରେ ଉପସ୍ଥିତ ଥିଲେ । ନୂତନଭାବେ ଜିଲ୍ଲା ବିଜେଡ଼ି ସଭାପତି ହେବା ପରେ ଡାକ୍ତର ଚ୍ୟାଉ ପଟନାୟକ ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ସମେତ ଜିଲ୍ଲାର ସମସ୍ତ ବିଧାୟକ, ସାଂସଦ ଓ ବିଜେଡ଼ି ନେତାଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଆଗାମୀ ଦିନରେ ଦଳକୁ ସୁଦୃଢ଼ କରିବା ସହ ସମସ୍ତଙ୍କ ସହଯୋଗ ନେଇ ବିକାଶ କରିବା ତାଙ୍କର ଲକ୍ଷ୍ୟ ବୋଲି କହିଛନ୍ତି । ପ୍ରକାଶଥାଉକି ଏଥିପୂର୍ବରୁ ଗୋପାଳପୁର ବିଧାୟକ ପ୍ରଦିପ କୁମାର ପାଣିଗ୍ରାହି ଜିଲ୍ଲା ବିଜେଡି ଦାୟିତ୍ୱରେ ଥିଲେ ।






