Home Education ମାଟ୍ରିକ୍ ପରୀକ୍ଷା ପରିଚାଳନାରେ ତୃଟି ସଂଶୋଧନ ଦାବିରେ ଅଲ୍ ଇଣ୍ଡିଆ ଡିଏସ୍ଓ ତରଫରୁ ଆମ୍ବପୁଆ ବୋର୍ଡ...

ମାଟ୍ରିକ୍ ପରୀକ୍ଷା ପରିଚାଳନାରେ ତୃଟି ସଂଶୋଧନ ଦାବିରେ ଅଲ୍ ଇଣ୍ଡିଆ ଡିଏସ୍ଓ ତରଫରୁ ଆମ୍ବପୁଆ ବୋର୍ଡ ଅଫିସ ସମ୍ମୁଖରେ ବିକ୍ଷୋଭ ।

YouTube video

ବ୍ରହ୍ମପୁର : ମାଟ୍ରିକ୍ ପରୀକ୍ଷା ପରିଚାଳନାରେ ତୃଟିକୁ ସଂଶୋଧନ କରିବା ଦାବିନେଇ ଗୁରୁବାର ଅଲ୍ ଇଣ୍ଡିଆ ଡିଏସ୍ଓ ତରଫରୁ ଆମ୍ବପୁଆସ୍ଥିତ ବୋର୍ଡ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ମାଟ୍ରିକ୍ ପରୀକ୍ଷା ପୂର୍ବରୁ କୌଣସି ସୁଚନା ନଥାଇ ପରୀକ୍ଷାର ନିର୍ଦ୍ଧାରିତ ୨ଘଣ୍ଟା ୩୦ ମିନିଟ୍ ସମୟକୁ ୨ ଭାଗରେ ବିଭକ୍ତ କରାଗଲା । ପ୍ରଥମେ ଏକ ଘଣ୍ଟା ସଂକ୍ଷୀପ୍ତ ପ୍ରଶ୍ନୋତ୍ତର ପାଇଁ ଏବଂ ଅବଶିଷ୍ଟ ଏକ ଘଣ୍ଟା ୩୦ ମିନିଟ ଦୀର୍ଘ ପ୍ରଶ୍ନୋତ୍ତର ପାଇଁ । କିନ୍ତୁ ଏହି ପ୍ରକ୍ରୀୟାରେ ପରୀକ୍ଷା ଦେଇ ଛାତ୍ରଛାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ଏକ ସ୍ମାରକପତ୍ର ମାଧ୍ୟମିକ ଶିକ୍ଷା ପରିଷଦର ସମ୍ପାଦକଙ୍କ ଉଦେଶ୍ୟରେ ଉପସଚିବଙ୍କ ଜରିଆରେ ପ୍ରଦାନ କରାଯାଇଥିଲା । ପୂର୍ବରୁ ଛାତ୍ରଛାତ୍ରୀମାନେ ଏପରି ପରୀକ୍ଷା ପାଇଁ ପ୍ରସ୍ତୁତ ନଥିବା ଯୋଗୁଁ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ଏଠାରେ କୁହାଯାଇଥିଲା । ସେହିପରି ଛାତ୍ରଛାତ୍ରୀମାନେ ସଠିକ୍ଭାବେ ପରୀକ୍ଷା ଦେଇପାରୁନଥିବା ଏଠାରେ ଅଭିଯୋଗ କରାଯାଇଥିଲା । ତେଣୁ ଏହି ବିଷୟକୁ ସମ୍ବେଦନଶୀଳତାର ସହିତ ବିଚାର କରି ସଂକ୍ଷୀପ୍ତ ଓ ଦୀର୍ଘ ପ୍ରଶ୍ନ ପତ୍ରକୁ ଏକା ସହିତ ଦେଇ ୨ଘଣ୍ଟା ୩୦ ମିନିଟ ସମୟ ଦେବାକୁ ଏଠାରେ ଦାବି କରାଯାଇଥିଲା । ଏହି ଅବସରରେ ସୋମନାଥ ବେହେରା, ନିମାଇଁ ଚରଣ ସାହୁ, ପପୁନ ସାହୁ, କିଶାନ ସାହୁ, ଅଲିଭା ଦାସ ଓ ଶୁଭସ୍ମିତା ପାଣିଗ୍ରାହିଙ୍କ ସମେତ ଡିଏସ୍ଓର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।