Home Our Berhampur ଜିଲ୍ଲା ପ୍ରଶାସନର ଅବହେଳାରୁ ଗଂଜାମ ଚାଷୀଙ୍କ ଧାନ କିଣାରେ ଅବ୍ୟବସ୍ଥା ହେଉଥିବା ଋଷିକୂଲ୍ୟା ରୟତ ମହାସଭା...

ଜିଲ୍ଲା ପ୍ରଶାସନର ଅବହେଳାରୁ ଗଂଜାମ ଚାଷୀଙ୍କ ଧାନ କିଣାରେ ଅବ୍ୟବସ୍ଥା ହେଉଥିବା ଋଷିକୂଲ୍ୟା ରୟତ ମହାସଭା ପକ୍ଷରୁ ଅଭିଯୋଗ, ତୁରନ୍ତ ପଦପେକ୍ଷ ଗ୍ରହଣ କରିବା ଦାବି ।

YouTube video

ଜିଲ୍ଲା ପ୍ରଶାସନର ଅବହେଳାରୁ ଗଂଜାମ ଚାଷୀଙ୍କ ଧାନ କିଣାରେ ଅବ୍ୟବସ୍ଥା ହେଉଥିବା ଋଷିକୂଲ୍ୟା ରୟତ ମହାସଭା ପକ୍ଷରୁ ଅଭିଯୋଗ କରାଯାଇଛି । ମଂଗଳବାର କମାପଲ୍ଲୀ ପୁର୍ତ୍ତ ବିଭାଗ ଡାକ ବଂଗଳା ପରିସରରେ ମହାସଭା ତରଫରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଅଭିଯୋଗ କରାଯାଇଥିଲା । ଏହି ଅବସରରେ ସଭାପତି ତ୍ରିନାଥ ବିଶ୍ୱାଳ, ସମ୍ପାଦକ ସୀମାଂଚଳ ନାହାକ, ପୋଲସରା ବ୍ଲକ୍ ସଭାପତି ସତ୍ୟବାନ ପ୍ରଧାନ, ସଂଯୋଜକ ସୀତାରାମ ପାଣିଗ୍ରାହୀ, ଚାଷୀନେତା ସଂତୋଷ କୁମାର ସାହୁ, ଉପଦେଷ୍ଟା ରବି ରଥ, ଅଭିମନ୍ୟୁ ପାତ୍ର, କିଶୋର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଗଂଜାମ ଜିଲ୍ଲା କୃଷି ପ୍ରଧାନ ଜିଲ୍ଲାଭାବେ ବେଶ ପରିଚିତ । ଜିଲ୍ଲାର ୭୫ ଭାଗରୁ ଅଧିକ ପରିବାର କୃଷି ଉପରେ ନିର୍ଭରଶୀଳ ଅଟନ୍ତି । ଜିଲ୍ଳାରେ ମାତ୍ର ୩୫ ଭାଗ ଜମିକୁ ଜଳ ସେଚନ ସୁବିଧା ଥିବାବେଳେ ଆଉ ସବୁ ଜମିକୁ ଜଳ ଯୋଗାଇ ଦିଆଯାଇନଥିବା ଏଠାରେ ଅଭିଯୋଗ କରାଯାଇଥିଲା । ଫଳରେ ଚାଷ ହୋଇପାରୁନଥିବା କୁହାଯାଇଥିଲା । ଏହାଯୋଗୁଁ ୫ଲକ୍ଷରୁ ଅଧିକ କୃଷକ ଓ କୃଷି ଶ୍ରମିକ କାମଧନ୍ଦା ନପାଇ ବାଧ୍ୟ ହୋଇ ପେଟ ପୋଶିବା ପାଇଁ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ଏଠାରେ କୁହାଯାଇଥିଲା । କୃଷିଜାତ ପଦାର୍ଥର ମାର୍କେଟିଂର ସୁବିଧା ନଥିବାରୁ ବିଭିନ୍ନ ଫସଲର ଅଭାବୀ ବିକ୍ରି ଯୋଗୁଁ ଗଂଜାମ ଜିଲ୍ଲାର ଚାଷୀ ପ୍ରତିବର୍ଷ କ୍ଷତି ସହୁଥିବା ଏଠାରେ ଅଭିଯୋଗ କରାଯାଇଥିଲା । ଶୀତଳ ଭଣ୍ଡାର କିମ୍ବା ମାର୍କେଟିଂ ୟାର୍ଡର କୌଣସି ସୁବିଧା କରାଯାଇନାହିଁ । ପ୍ରତି ୨ ବର୍ଷକୁ ଥରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ବାରମ୍ଭାର ଫସଲ ନଷ୍ଟ ହେବା ଫଳରେ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଂଗି ଯାଉଛି । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଜଳ ସେଚନ ଏବଂ ମାର୍କେଟିଂର ସୁବିଧା ନାହିଁ । କେବଳ କାଳିଆ ବଳିଆ ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀଙ୍କୁ ଭଣ୍ଡେଇ ଚାଲିଥିବାବେଳେ ଚାଷୀଙ୍କ ବିକାଶ ପ୍ରତି କେହି ଦୃଷ୍ଟି ଦେଉନଥିବା ଏଠାରେ ଅଭିଯୋଗ କରାଯାଇଥିଲା । ପ୍ରତିବର୍ଷ ଜିଲ୍ଲାରେ ଧାନ କିଣାରେ ଅଭାବୀ ବିକ୍ରିର ଶିକାର ହେଉଛନ୍ତି । ଚଳିତ ବର୍ଷ ୧ଲକ୍ଷ ୩୪ ହଜାର ଚାଷୀଙ୍କ ଧାନ କିଣିବାପାଇଁ ପଂଜି କରଣ ହୋଇଥିବାବେଳେ ୨ ମାସରେ ମାତ୍ର ୬୫ହଜାର ଚାଷୀଙ୍କ ଧାନ କିଣାଯାଇଥିବା ଏଠାରେ କୁହାଯାଇଥିଲା । ତେଣୁ ତୁରନ୍ତ ସବୁ ପଂଜିକୃତ ଚାଷୀଙ୍କ ଧାନ କିଣିବା ପାଇଁ ଏଠାରେ ଦାବି କରାଯାଇଥିଲା ।