Home Our Berhampur ରାଜ୍ୟରେ ବିଜେଡ଼ି ବିଜେପି ଏକ ହୋଇ ଶାସନ କରୁଛନ୍ତି । ବର୍ତ୍ତମାନ କଂଗ୍ରେସ ଦଳକୁ ଅଧିକ...

ରାଜ୍ୟରେ ବିଜେଡ଼ି ବିଜେପି ଏକ ହୋଇ ଶାସନ କରୁଛନ୍ତି । ବର୍ତ୍ତମାନ କଂଗ୍ରେସ ଦଳକୁ ଅଧିକ ସୁଦୃଢ଼ କରାଯିବ ବୋଲି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ବୈଠକରେ କହିଲେ ପିସିସି ସଭାପତି ନିରଂଜନ ପଟନାୟକ ।

YouTube video

ଆଗାମୀ ଦିନରେ କଂଗ୍ରେସର ଦଳୀୟ ସଂଗଠନକୁ ସୁଦୃଢ଼ କରିବା ନେଇ ମଂଗଳବାର ଗଂଜାମ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏଆଇସିସି ସାଧାରଣ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂ, ପିସିସି ସଭାପତି ନିରଂଜନ ପଟନାୟକ, ପୂର୍ବତନ ସାଂସଦ ପ୍ରଦୀପ ମାଝୀ. ଏଆଇସିସି ସମ୍ପାଦକ ଅନୀଲ ଚୌଧୁରୀ ପ୍ରମୁଖ ଯୋଗଦେଇ ଗଂଜାମ ଜିଲ୍ଲା ସମେତ ଗଜପତି, ବୌଦ୍ଧ ଓ କନ୍ଧମାଳ ଜିଲ୍ଳାର କର୍ମୀ ଓ ନେତୃବୃନ୍ଦଙ୍କୁ ନେଇ କଂଗ୍ରେସ ଦଳ କିପରି ଅଧିକ ସୁଦୃଢ଼ ହୋଇପାରିବ ସେଥିନେଇ ବିସ୍ତୃତଭାବେ ଆଲୋଚନା କରିଥିଲେ । ରାଜ୍ୟରେ ବିଜେଡ଼ି ବିଜେପି ଏକ ହୋଇ ଶାସନ ଚଳାଇଥିବା ଏଠାରେ ପିସିସି ସଭାପତି ପଟନାୟକ ଅଭିଯୋଗ କରିବା ସହ ଏଥିପାଇଁ କଂଗ୍ରେସ ଦଳର ସ୍ଥିତିକୁ କିପରି ଅଗ୍ରସର କରାଯିବା ସହ ସୁଦୃଢ଼ ହୋଇପାରିବ ସେଥିନେଇ ଏପରି ରାଜ୍ୟବ୍ୟାପୀ କାର୍ଯ୍ୟକ୍ରମ ହାତକୁ ନିଆଯାଉଥିବା ସେ କହିଥିଲେ । ଏହି ଅବସରରେ ଜିଲ୍ଳା କଂଗ୍ରେସ ସଭାପତି ଡକ୍ଟର ତ୍ରିନାଥ ବେହେରା, କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା, ମହିଳା ସଭାନେତ୍ରୀ ସ୍ୱରୁପା ତ୍ରିପାଠୀ, ମହାନଗର ସଭାପତି ପ୍ରମୋଦ ଜେନା, ବିଧାୟକ ପ୍ରାର୍ଥୀ ଲିଂଗରାଜ ଚୌଧୁରୀ, ଭୋକାଲୀ ସେଠୀ, ମୋହନା ବିଧାୟକ ଦାସରଥୀ ଗମାଂଗ, ଧର୍ମାରେଡ୍ଡୀ, ସୁବାସ ରାଉତ, ପ୍ରଫୁଲ ପଣ୍ଡା, ଶମ୍ଭୁ ପାଣିଗ୍ରାହୀ, ସଂଗ୍ରାମ ମହାନ୍ତିଙ୍କ ସମେତ ବହୁ କଂଗ୍ରେସ କର୍ମକର୍ତ୍ତା ଉପସ୍ଥିତ ଥିଲେ ।