କୁକୁଡ଼ାଖଣ୍ଡି ବ୍ଲକ କଂକିଆ ଗ୍ରାମ ପଂଚାୟତ ରାଇପଡ଼ା ଗ୍ରାମ ନିକଟରେ ଘଟକେଶ୍ୱର ବହୁମୁଖୀ ଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ ।

YouTube video

ଗଂଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ ଅଧୀନ କଂକିଆ ଗ୍ରାମ ପଂଚାୟତ ରାଇପଡ଼ା ଗ୍ରାମ ନିକଟରେ ଘଟକେଶ୍ୱର ବହୁମୁଖୀ ଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ପଂଚାୟତ ସମିତି ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବାଚସ୍ପତି ସୁର୍ଯ୍ୟନାରାୟଣ ପାତ୍ର ମୁଖ୍ୟ ଅତିଥିରୂପେ ଯୋଗଦେଇଥିବାବେଳେ ସମ୍ମାନୀତ ଅତିଥିଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କୁକୁଡ଼ାଖଣ୍ଡି ବ୍ଲକ୍ ଗୋଷ୍ଟି ଉନ୍ନୟନ ଅଧିକାରୀ ଗଦାଧର ପାତ୍ର, ସମବାୟ ସମିତି ସଭାପତି ସୁଧୀର କୁମାର ରାଉତ, ବ୍ଲକ୍ ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ, ଜିଲ୍ଲା ପରିଷଦ ସଭ୍ୟା ନିରୁପମା ପାତ୍ର, ବିଜେଡ଼ି ବ୍ଲକ୍ ସଭାପତି ସଂତୋଷ କୁମାର ଚୌଧୁରୀ, ସରପଂଚ ଏ.ଚେନ୍ନେୟା, ରୋହିଗାଁ ସରପଂଚ ରାଧାରାଣୀ ଜେନା, ହୁଗୁଳାପଟା ସରଂପଚ ପ୍ରଦୀପ କୁମାର ମଲାଣ, ଲୋଚାପଡ଼ା ସରପଂଚ ମିନତୀ ବେହେରା, ସାଂସଦ ପ୍ରତିନିଧି ରଘୁପାତ୍ର, ଗୁରୁଣ୍ଠି ସରପଂଚ ମିନତୀ ପାତ୍ର, କଂକିଆ ସରପଂଚ ପୁଷ୍ପାଂଜଳୀ ମଲ୍ଲୀକ, ସମାଜସେବୀ ମାଧବ ମଲ୍ଳୀକ, ପ୍ରକଳ୍ପର ମୁଖ୍ୟଯନ୍ତ୍ରୀ ଯଶବନ୍ତ ପରିଡ଼ା ଓ ଦକ୍ଷିଣପୁର ସରପଂଚ ବିଷ୍ଣୁପ୍ରୀୟା ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।