Home Our Berhampur ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ରହ୍ମପୁରର କୁନି ତବଲା ବାଦକଙ୍କୁ ପ୍ରଥମ ସ୍ଥାନ, ଓଡିଶା...

ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ରହ୍ମପୁରର କୁନି ତବଲା ବାଦକଙ୍କୁ ପ୍ରଥମ ସ୍ଥାନ, ଓଡିଶା ବାଚସ୍ପତି ପ୍ରଦାନ କଲେ ପ୍ରଶଂସାପତ୍ର ।

YouTube video

ବ୍ରହ୍ମପୁର : ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବ୍ରାଜିଲ ରାଷ୍ଟ୍ରପତି, ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷାମନ୍ତ୍ରୀ ଏବଂ ତିନି ସେନାର ମୁଖ୍ୟଙ୍କ ସମ୍ମୁଖରେ ଓଡ଼ିଶା ଏନ୍ସିସି ଗୃପ୍ର ବ୍ରହ୍ମପୁରର କୁନି ତବଲା ବାଦକ ଦିପ୍ତ ସୁନ୍ଦରଙ୍କ ତବଲା ବାଦନ ସମସ୍ତଙ୍କ ମନ ମୋହିଥିଲା । ଜୁନିୟର ବିଭାଗରେ ଓଡ଼ିଶା ସାଂସ୍କୃତିକ ଦଳ ପ୍ରଥମ ସ୍ଥାନ ଅକ୍ତିଆର କରିଥିଲା । ତବଲା ବାଦକ ଦିପ୍ତ ସୁନ୍ଦରଙ୍କ ଏଭଳି ପ୍ରତିଭାକୁ ଉଚ୍ଚ ପ୍ରଶଂସା କରାଯାଇଛି । ରବିବାର ସର୍କିଟ ହାଉସ ପରିସରରେ ବାଚସ୍ପତି ସୁର୍ଯ୍ୟନାରାୟଣ ପାତ୍ର ଦିପ୍ତ ସୁନ୍ଦରଙ୍କୁ ପ୍ରଶଂସାପତ୍ର ପ୍ରଦାନ କରି ଉତ୍ସାହିତ କରି ତାଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ ।