
ବ୍ରହ୍ମପୁର : ଆସନ୍ତା ୧୯ ତାରିଖରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହେଉଛି । ଏଥିପାଇଁ ବିଭିନ୍ନ ପରୀକ୍ଷା କେନ୍ଦ୍ର ଗୁଡ଼ିକରେ ପ୍ରସ୍ତୁତି ଶେଷ ହୋଇଛି । ପରୀକ୍ଷା ପରିଚାଳନା ଓ କପି ରୋକିବାପାଇଁ ମାଧ୍ୟମିକ ଶିକ୍ଷା ପରିଷଦ,ଜିଲ୍ଲା ଶିକ୍ଷା ବିଭାଗ ଓ ଜିଲ୍ଲା ପ୍ରଶାସନ ଦ୍ୱାରା ୩ଟି ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇଛି । ଏଥିସହ ଜିଲ୍ଲା ଶିକ୍ଷାଧିକାରୀ ସମସ୍ତ କେନ୍ଦ୍ର ପରିଚାଳନା କରିବେ । ଜିଲ୍ଲାର ୭୮ଟି କେନ୍ଦ୍ରରେ ପରୀକ୍ଷା ପରିଚାଳନା ପାଇଁ ସିସିଟିଭି ସଂଯୋଗ କରାଯିବା ପାଇଁ ନିଷ୍ପତ୍ତି ହୋଇଛି । ପ୍ରଥମ ଦିନ ସକାଳ ୯ଟାରେ ପିଲାଙ୍କୁ ପ୍ରଶ୍ନପତ୍ର ଦିଆଯିବ । ଅନ୍ୟ ଦିନରେ ୯ଟା ୨୦ରେ ଏପରି ପ୍ରଶ୍ନପତ୍ର ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି । ପରୀକ୍ଷାର୍ଥୀଙ୍କ ପାଇଁ ପାନୀୟ ଜଳ ଓ ଶୌଚାଳୟ ଆଦି ବ୍ୟବସ୍ଥା କରାଯାଇଛି । ପ୍ରତି ସେଣ୍ଟରରେ ୨୪ ଘଣ୍ଟା ପୋଲିସ ମୂତୟନ ରହିବେ । ବ୍ରହ୍ମପୁରର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପ୍ରଶ୍ନପତ୍ରଗୁଡ଼ିକ ପୋଲିସ ସୁରକ୍ଷା ମଧ୍ୟରେ ରଖାଯାଇଛି ।






