
ବ୍ରହ୍ମପୁର ବ୍ରହ୍ମପୁର ଟିମ୍ କ୍ଲିନ୍ ସିଟି ତରଫରୁ ନେହେରୁ ପାର୍କ ସମ୍ମୁଖ, ଗୋକୁଳଧାମ ନିକଟରେ ପୃଥକ୍ ପୃଥକ୍ଭାବେ ୨ଜଣ ଅସହାୟଙ୍କୁ ଉଦ୍ଧାର କରାଯାଇଥିଲା । ଏହା ୬୭ତମ ଓ ୬୮ତମ ଉଦ୍ଧାର କାର୍ଯ୍ୟ ବୋଲି ଟିମ୍ କ୍ଲିନ୍ ସିଟି ପକ୍ଷରୁ କୁହାଯାଇଛି । ସେହିପରି ଗୋସାଇଁନୁଆଗାଁ ନୁଆଁ ସାହିଠାରେ ଜଣେ ଆହତ ରୋଗଗ୍ରସ୍ତ ବୃଦ୍ଧଙ୍କୁ ଉଦ୍ଧାର କରାଯାଇ ଗୋଷାଣିନୁଆଁଗାଂ ଥାନା ସହଯୋଗରେ ବଡ଼ ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି । ଟିମ୍ କ୍ଲିନ୍ ସିଟି ମୂଖ୍ୟ ଶକ୍ତିଧର ରାଜଗୁରୁଙ୍କ ନେତୃତ୍ୱରେ ସମସ୍ତ ସଦସ୍ୟ ଏଥିରେ ଯୋଗ ଦେଇଥିଲେ ।






