
ସୁଶାନ୍ତ ଗୌଡଙ୍କ ୧୩ ତମ ସହିଦ ଦିବସ ରବିବାର ସର୍ଦ୍ଧାର ବଲଭଭାଇ ପଟେଲ ବହୁମୂଖି ସଂଘ ତରଫରୁ ବଡବଜାର ଥାନା ପରିସରରେ ପାଳିତ ହୋଇଯାଇଛି । ଏହି ଅବସରରେ ସହିଦ ଗୌଡଙ୍କ ପ୍ରତିମୃତିରେ ପୂଷ୍ଫମାଲ୍ୟ ଅର୍ପଣ କରାଯାଇ ସ୍ମୃତି ଚାରଣ କରାଯାଇଥିଲା । ଏଥିରେ ସଭାପତି ରାମ କୁମାର ପାତ୍ର, ପ୍ରହଲାଦ ପାଣିଗ୍ରାହି, ଅଶୋକ ନିମାଇ, କିରଣ ସାହୁ, ମଧୁ ସୁଦନ ସାହୁ ଓ ସିର୍ଦ୍ଧାନ୍ତ ଗଂଗଦେବଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।






