
ବ୍ରହ୍ମପୁର : ଗୋସାଇଁନୁଆଗାଁ ଗୋକୁଳଧାମ ପରିସରରେ ରବିବାର ଭାରତ ସରକାରଙ୍କ ଏଡିଆଇପି ଯୋଜନା ମାଧ୍ୟମରେ ଏବଂ ଲାୟନ୍ସ କ୍ଲବ୍ ବ୍ରହ୍ମପୁର ସିଲ୍କ୍ସ ତଥା କୁତ୍ରୀମ ଅଂଗ ଉତ୍ପାଦନ କେନ୍ଦ୍ରର ସହଯୋଗରେ ଏକ ଜିଲ୍ଲା ସ୍ତରୀୟ ଦୀବ୍ୟାଂଗ ଉପକରଣ ବଣ୍ଟନ ଶିବିର ଲାୟନ ସରସ୍ୱତୀ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିରୂପେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ସମ୍ମାନୀତ ଅତିଥିଭାବେ ବିଧାୟକ ବିକ୍ରମ କୁମାର ପଣ୍ଡା, ଲାୟନ ପ୍ରଦୀପ୍ତ କୁମାର ପଣ୍ଡା, ପୂର୍ବତନ ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟନାୟକ, ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାସ ମହାରଣା ପ୍ରମୁଖ ଯୋଗଦେଇଥିଲେ । ଜିଲ୍ଲା ଗଭର୍ଣ୍ଣର ଡକ୍ଟର ପ୍ରଶାନ୍ତ କୁମାର ତ୍ରିପାଠୀ, ଡକ୍ଟର ୟୁ.ପଦ୍ମନାଭ ରାଓ, ଡାକ୍ତର ଏନ୍.ସି ପାଢ଼ୀ ଓ ସୁରେଶ କୁମାର ପାଢ଼ୀ ପ୍ରମୁଖ ଅନ୍ୟତମ ଅତିଥିଭାବେ ଯୋଗଦେଇଥିଲେ । ଏଠାରେ ୧୪୯ଜଣ ଦୀବ୍ୟାଂଗଙ୍କୁ ଟ୍ରାଇ ସାଇକେଲ୍, ୩୮ଜଣଙ୍କୁ ହୁଇଲ ଚେୟାର୍, ୯୨ଜଣଙ୍କୁ ଶ୍ରବଣ ଯନ୍ତ୍ର, ୧୩ଜଣଙ୍କୁ କୁତ୍ରୀମ ଅଂଗ, ୧୬୮ଟି ଆଶା ବାଡ଼ି, ୪ଟି ସ୍ମାର୍ଟ ଫୋନ୍, ୨୦ଟି ବ୍ଲାଇଣ୍ଡ ଷ୍ଟିକ୍ ଏଠାରେ ବଣ୍ଟନ କରାଯାଇଥିଲା । ସର୍ବମୋଟ ୨୯୭ଜଣଙ୍କୁ ୨୩ଲକ୍ଷ ୫୧ ହଜାର ଟଙ୍କାର ଉପକରଣ ଏଠାରେ ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଆଲ୍ମିକୋର ମୁଖ୍ୟ ପରିଚାଳକ କେ.ଡି ଗୋଟେ, ସାମାଜିକ ସୁରକ୍ଷା ଅଧିକାରୀ ସୁଭ୍ରାଂଶୁ ମହାରଣା, ମ୍ୟାନେଜର ଦିଲ୍ଲୀପ କୁମାର ସାମଲ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ । ଗୋକୁଳ ଧାମର ପ୍ରତଷ୍ଠାତା ଜଗନ୍ନାଥ ରାଉତ ଏଥିରେ ସହଯୋଗ କରିଥିଲେ । ସୌମିକ ସାହୁ କାର୍ଯ୍ୟକ୍ରମରେ ସଂଯୋଜନା କରିଥିବାବେଳେ ଭାରତୀ ପାତ୍ର, ଦେବୀ ପ୍ରଭା ରଥ, କିରଣ ରଥ, ସୁଜାତା ଦାସ, ଅନ୍ନପୁର୍ଣ୍ଣା ବେହେରା, ଏମ୍.ଛବିନ୍ଦ୍ର ପାତ୍ର, ମିନତୀ ପାତ୍ର, ନମିତାରାଣୀ ରାଉତ, କୁମୁଦିନି ଚୌଧୁରୀ, ଶିଶିର ଦାସ, ଲକ୍ଷ୍ମୀ ନାରାୟଣ ମହାନ୍ତି, ରବିନାରାୟଣ ମିଶ୍ର ଓ ଗୌରୀ ପାତ୍ରଙ୍କ ସମେତ ବହୁ କର୍ମକର୍ତ୍ତା ଏଠାରେ ଉପସ୍ଥିତ ଥିଲେ ।






