
ସଂସ୍କୃତି ଭବନଠାରେ ଶୁକ୍ରବାର ୪୪ତମ ଗଂଜାମ ଜିଲ୍ଲା ବରିଷ୍ଠ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିରୂପେ ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର, ସମ୍ମାନୀତ ଅତିଥିଭାବେ ଉପଜିଲ୍ଲାପାଳ ସିନେ୍ଧ ଦତାତ୍ରୟ ଭାଉସାହେବ, ଛତ୍ରପୁର ଏଏସ୍ପି ଠାକୁର ପ୍ରସାଦ ପାତ୍ର, ବ୍ରହ୍ମପୁର ଏଏସ୍ପି ପ୍ରଭାତ ଚନ୍ଦ୍ର ରାଉତରାୟ, କୁକୁଡ଼ାଖଣ୍ଡି ବ୍ଲକ୍ ଚେୟାର୍ମେନ କାମାକ୍ଷା ପ୍ରସାଦ ପାତ୍ର,ପୋଲସରା ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାସ, ଖ୍ୟାତନାମା ଭାରୋତ୍ତଳନକାରୀ କେ. ରବି କୁମାର ଓ ଇନ୍ଦିରାମଣୀ ପଟନାୟକ ପ୍ରମୁଖ ଯୋଗଦେଇଥିଲେ । ବିଚାରକରୂପେ ବି.ବେଣୁ ଗୋପାଳ ରାଓ, ପୁର୍ଣ୍ଣଚନ୍ଦ୍ର ପଟନାୟକ, ଉମା ଚରଣ ଶତପଥୀ, ସୋମନାଥ ନନ୍ଦ, ନାରାୟଣ ସାହୁ, ଏସ୍.ରାଜେଶ ବାବୁ ଆଚାରୀ ପ୍ରମୁଖ ଯୋଗଦେଇଥିଲେ । ଗଂଜାମ ଜିଲ୍ଲା ଆମେଚର ବଡି ବିଲ୍ଡିଂ ଆସୋସିଏସନ୍ର ସଭାପତି ସତ୍ୟନାରାୟଣ ସ୍ୱାଇଁ, ପାଟ୍ରନ୍ ପ୍ରଦୀପ କୁମାର ଶତପଥୀ, ଯୁଗ୍ମ ସମ୍ପାଦକ ଗଂଗାଧର ପାତ୍ର, ଡି.ବ୍ରଜମୋହନ ପାତ୍ର, ଜଗନ୍ନାଥ ପ୍ରସାଦ ସାହୁ, ଦିଦିଲତା ବିଶୋୟୀ ପ୍ରମୁଖ ଯୋଗଦେଇଥିଲେ । ଷ୍ଟେଟ୍ ମାର୍ଶାଲ୍ ଭାବେ ସଂତୋଷ କୁମାର ଆଚାରୀ, ଶିବ ଶଙ୍କର ସାହୁ, ଅମରଜିତ୍ ପଟନାୟକ ଓ ଡକ୍ଟର ଶୁଭ୍ରାଂଶୁ ଶେଖର ସେଠୀ ପ୍ରମୁଖ ଯୋଗଦେଇଥିଲେ । ଏଠାରେ ନିମନ୍ତ୍ରୀତ ଅତିଥିମାନଙ୍କ ସହ ଖ୍ୟାତନାମା ଶକ୍ତି ଉତ୍ତୋଳନକାରୀ ରଂଜିତା ମିଶ୍ରଙ୍କୁ ସମ୍ବର୍ନ୍ଧିତ କରାଯାଇଥିଲା । ଶେଷରେ ଗଂଜାମ ଶ୍ରୀ ଭାବେ ଛତ୍ରପୁର ଫିଟ୍ନେସ କ୍ଲବ୍ର ଚନ୍ଦନ କୁମାର ସାହୁଙ୍କୁ ପୁରସ୍କୃତ କରାଯାଇଥିଲା ।






