Home Education ଏନ୍ଆର୍ଟିଏସ୍ ପରୀକ୍ଷାରେ ନୀଳକଂଠନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରଛାତ୍ରୀଙ୍କ ଅଦ୍ଭୁତପୂର୍ବ ସଫଳତା ...

ଏନ୍ଆର୍ଟିଏସ୍ ପରୀକ୍ଷାରେ ନୀଳକଂଠନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରଛାତ୍ରୀଙ୍କ ଅଦ୍ଭୁତପୂର୍ବ ସଫଳତା ।

YouTube video

୨୦୧୯ ଶିକ୍ଷା ବର୍ଷର ପ୍ରକାଶିତ ଏନ୍ଆର୍ଟିଏସ୍ ପରୀକ୍ଷାରେ ନୀଳକଂଠନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନେ ଅଦ୍ଭୁତପୂର୍ବ ସଫଳତା ହାସଲ କରିଛନ୍ତି । ରଂଗେଇଲୁଣ୍ଡା ବ୍ଲକ୍ ଓ ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଜାତୀୟ ଗ୍ରାମାଂଚଳ ମେଧା ଅନ୍ୱେଷଣ ତଥା ଏନ୍ଆର୍ଟିଏସ୍ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏହି ଫଳାଫଳରେ ପ୍ରଥମ ଦଶ ଜଣଙ୍କ ମଧ୍ୟରୁ ନୀଳକଂଠ ନଗର ଶିଶୁ ବିଦ୍ୟା ମନ୍ଦିରର ଫାଷ୍ଟ ର୍ୟାଙ୍କ ସହ ମୋଟ ୪ଜଣ ଶିଶୁ ର୍ୟାଙ୍କ ରଖି ବୃତ୍ତି ପାଇବାପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସମ୍ପ୍ରତି ସମସ୍ତ ଶିଶୁ ବିଦ୍ୟା ମନ୍ଦିରରେ ନବମ ଶ୍ରେଣୀରେ ଅଧ୍ୟୟନରତ । ପ୍ରଥମ ସ୍ଥାନରେ ସୌମ୍ୟ ଜଗନ୍ନାଥ ପାଢ଼ୀ, ଦ୍ୱିତୀୟ ସ୍ଥାନରେ ମାନ୍ୟତା ଚୌଧୁରୀ, ପଂଚମ ସ୍ଥାନରେ ତନୁଶ୍ରୀ ଭୂୟାଁ ଓ ସପ୍ତମ ସ୍ଥାନରେ ଦିଶା ସେଠୀ ସ୍ଥାନ ପାଇଛନ୍ତି । ଗତ ତିନି ଦଶନ୍ଧି ଧରି କ୍ରମାଗତଭାବେ ଏହିଭଳି ସଫଳତା ବିଦ୍ୟାଳୟକୁ ମିଳୁଥିବା ବିଦ୍ୟା ମନ୍ଦିର ପ୍ରଧାନାଚାର୍ଯ୍ୟ ଏସ୍.ମୋହନ ରାଓ ସୁଚନା ଦେଇଛନ୍ତି । ଛାତ୍ରଛାତ୍ରୀଙ୍କ ଏପରି ସଫଳତା ପାଇଁ ପରିଚାଳନା ସମିତିର ସଭାପତି ଡକ୍ଟର ଶ୍ରୀକାନ୍ତ ମହାପାତ୍ର, ଉପସଭାପତି ଡକ୍ଟର ହରେକୃଷ୍ଣ ନାୟକ, ସମ୍ପାଦକ ନାରାୟଣ ପଣ୍ଡା, ଯୁଗ୍ମ ସମ୍ପାଦିକା ଇଂ.ମମତା ପାଣିଗ୍ରାହୀ, କୋଷାଧ୍ୟକ୍ଷ ରବିନ୍ଦ୍ର ନାଥ ଜେନା, ସଦସ୍ୟ ନୀଳକଂଠ ସାହୁ, ସଦସ୍ୟା ବାସନ୍ତୀ ବେହେରା, ଉପଦେଷ୍ଟା ଧର୍ମରାଜ ସାହୁ, ସୁଦର୍ଶନ ପାଢ଼ୀ, ପୁର୍ଣ୍ଣଚନ୍ଦ୍ର ପଣ୍ଡା, ନରସିଂହ ଚୌଧୁରୀ, ହରେକୃଷ୍ଣ ପାଢ଼ୀ, ଶିଶୁ ମନ୍ଦିର ପ୍ରଧାନାଚାର୍ଯ୍ୟ ଉମାଧବ ମହାନ୍ତିଙ୍କ ସମେତ ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟା ଓ ଅଭିଭାବକମାନଙ୍କ ତରଫରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି ।