Home Breaking ବିନାୟକ ଆଚାର୍ଯ୍ୟ କଲେଜ ପାଶ୍ୱର୍ ଏବଂ ବଡ଼ ଡାକ୍ତରଖାନା ଖେଳ ପଡ଼ିଆ ପାଶ୍ୱର୍ ନାଳ ନିକଟରୁ...

ବିନାୟକ ଆଚାର୍ଯ୍ୟ କଲେଜ ପାଶ୍ୱର୍ ଏବଂ ବଡ଼ ଡାକ୍ତରଖାନା ଖେଳ ପଡ଼ିଆ ପାଶ୍ୱର୍ ନାଳ ନିକଟରୁ ୨ଟି ସଦ୍ୟଜାତ ଶିଶୁ କନ୍ୟାର ଶବ ଉଦ୍ଧାର ।

YouTube video

ବ୍ରହ୍ମପୁର ମହାନଗରର ବିଭିନ୍ନ ଅଂଚଳରେ ଦିନକୁ ଦିନ ସଦ୍ୟଜାତ ଶିଶୁର ଶବ ରାସ୍ତା ଓ ନାଳରେ ଫିଂଗି ଦିଆଯାଉଥିବା ଯୋଗୁଁ ଏହାକୁ ନେଇ ସାଧାରଣରେ ଅସଂତୋଷ ପ୍ରକାଶ ପାଇଛି । ଏହିପରି ଶନିବାର ବିନାୟକ ଆଚାର୍ଯ୍ୟ କଲେଜ ପାଶ୍ୱର୍ ଏବଂ ବଡ଼ ଡାକ୍ତରଖାନା ଖେଳ ପଡ଼ିଆ ପାଶ୍ୱର୍ ନାଳ ନିକଟରୁ ପୃଥକ୍ ପୃଥକ୍ ଭାବେ ୨ଟି ସଦ୍ୟଜାତ ଶିଶୁ କନ୍ୟାର ଶବକୁ ପୋଲିସ ଉଦ୍ଧାର କରିଛି । ଏଥିନେଇ ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଏସ୍ଡିପିଓ ବିଷ୍ଣୁ ପତି ସୁଚନା ଦେଇଛନ୍ତି । ତେବେ କେଉଁ ଅଜଣା ବ୍ୟକ୍ତି ଏପରି ଶିଶୁର ଶବକୁ ଫିଂଗିଦେଇ ଚାଲିଗଲା ଏଥିନେଇ ନାନା ଆଲୋଚନା ହେଉଥିବାବେଳେ ଏପରି ଘଟଣା ରୋକିବା ପାଇଁ ପ୍ରଶାସନିକ ସ୍ତରରେ ଉଦ୍ୟମ କରାଯିବାର ଆବଶ୍ୟକତା ରହିଛି ।