
ଗଂଜାମ ଜିଲ୍ଲା ରଂଗେଇଲୁଣ୍ଡା ବ୍ଲକ୍ ଅନ୍ତର୍ଗତ ମେଣ୍ଡରାଜପୁରଠାରେ ଘଟିଥିବା ବିଦ୍ୟୁତ୍ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ୧୦ଜଣଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ବ୍ରହ୍ମପୁର ମହାନଗରର କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ତରଫରୁ ଗାନ୍ଧି ନଗର ମୁଖ୍ୟ ଛକସ୍ଥିତ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ନିକଟରେ ମହମବତୀ ପ୍ରଜ୍ୱଳନ କରାଯାଇଥିଲା । ଏହି ଅବସରରେ ସରପଂଚ ସି.ଏଚ୍ ସୁଧାକର ରେଡ୍ଡୀ, ଯୁବ ବିଜେଡ଼ିର ସଭାପତି ମୁକୁନ୍ଦ ଗୌଡ଼, ଉପସଭାପତି ଆର୍.ମୁରଲୀ ମୋହନ, ରାମ କୁମାର ପାତ୍ରଙ୍କ ସମେତ ବହୁ ସାମ୍ବାଦିକ ଓ ଅନ୍ୟାନ୍ୟ ଅନୁଷ୍ଠାନର କର୍ମକର୍ତ୍ତା ଉପସ୍ଥିତ ଥିଲେ । ସେହିପରି ଏଠାରେ ସ୍ୱର୍ଗତ ଆତ୍ମାର ସଦଗତି ପାଇଁ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।






