
ଉକ୍ରଳ କେମିଷ୍ଟ ଏଣ୍ଡ୍ ଡ୍ରଗିଷ୍ଟ ଏସୋସିଏସନ୍ ୟୁସିଡିଏର ଜଏଣ୍ଟ କୋଅର୍ଡିନେସନ ମିଟିଂ ବ୍ରହ୍ମପୁର ପାକଲାବାରୀ ସାହିସ୍ଥିତ ଜିପିସିଡିଏ କାର୍ଯ୍ୟାଳୟ ନିକଟରେ ଅନୁଷ୍ଠିତ ହୋଇଯାଇଛି । ୟୁସିଡିଏ ସଭାପତି ପି.ସତ୍ୟନାରାୟଣଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସମ୍ପାଦକ ପ୍ରଶାନ୍ତ କୁମାର ମହାପାତ୍ର ବିବରଣୀ ପାଠ କରିଥିଲେ । ଏହି ଅବସରରେ କୋଷାଧ୍ୟକ୍ଷ ଅଜୟ ଗୋଏଂକା, ସାଂଗଠନିକ ସମ୍ପାଦକ ଦୀପକ କୁମାର ଆଚାର୍ଯ୍ୟ, କାର୍ଯ୍ୟକାରୀ ସଭାପତି ଦେବବ୍ରତ ଦାସ, ଉପସଭାପତି ଦେବାଶିଷ ପାଢ଼ୀ, ଦକ୍ଷିଣାଂଚଳ ଯୁଗ୍ମ ସମ୍ପାଦକ ଅଶୋକ କୁମାର ରାଉତ, ଏଆଇଓସିଡି ଯୁଗ୍ମ ସମ୍ପାଦକ ଭି.ଜଗନ୍ନାଥ ରାଓ ଓ ଜିପିସିଡିଏ ସଭାପତି ବିଷ୍ଣୁ ପ୍ରସାଦ ପଣ୍ଡା ପ୍ରମୁଖ ମଂଚାସୀନ ଥିଲେ । ଏଠାରେ ଅନ୍ଲାଇନ ମେଡ଼ିସିନି ବ୍ୟବସାୟ ଓ ଅନ୍ୟାନ୍ୟ ଗୁରୁତ୍ୱପୁର୍ଣ୍ଣ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ଅବସରରେ ୟୁସିଡିଏର ସମସ୍ତ କର୍ମକର୍ତ୍ତା ଓ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ସଭାପତି ଓ ସମ୍ପାଦକ ମାନଙ୍କୁ ଜିପିସିଡିଏ ତରଫରୁ ସମ୍ବର୍ନ୍ଧିତ କରାଯାଇଥିଲା । କେଦାରନାଥ ଜେନା, କୃଷ୍ଣଚନ୍ଦ୍ର ପଣ୍ଡା, ମନୋଜ ପତି, ସୁର୍ଜିତ କୁମାର ଭୂୟାଁ, ସତ୍ୟକାମ ପାତ୍ର, ଜିତେନ୍ଦ୍ର ପାତ୍ର, ଜେଆଇପି ପୃଷ୍ଟି, ବଲଭ ପାଣିଗ୍ରାହି, ଗିରିଶ ସାହୁ, ଅବନି ସାହୁ, ଭି. ଚନ୍ଦ୍ର ଶେଖର, ୟୁ ଗୋଭିନ୍ଦା, କୃଷ୍ଣ ଚନ୍ଦ୍ର ପାଢି, ସୁଶାନ୍ତ ପାଳ, ସମିର କୁମାର ନାୟକ, ଦେବାସିଷ ପାଢି, ଏସ୍.ନାଗେଶ୍ୱର ପୃଷ୍ଟିଙ୍କ ସମେତ ଜିପିସିଡିଏର ବହୁ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।






