ଆଇଟିଆଇ ପରିସରରେ ଜାତୀୟ ସବୁଜ ବାହିନୀ ଇକୋ କ୍ଲବ୍ ଦାୟିତ୍ୱରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ତାଲିମ ଶିବିର ଅନୁଷ୍ଠିତ ।

YouTube video

ଆଇଟିଆଇ ଅଡିଟୋରିୟମ୍ଠାରେ ଶୁକ୍ରବାର ଓଡ଼ିଶା ସରକାରଙ୍କ ଜଂଗଲ ଓ ପରିବେଶ ବିଭାଗ, ସିଇଏସ୍ ଭୂବନେଶ୍ୱର ଏବଂ ବ୍ରହ୍ମପୁର ବନଖଣ୍ଡ ଦ୍ୱାରା ଜାତୀୟ ସବୁଜ ବାହିନୀ ଇକୋ କ୍ଲବ୍ ଦାୟିତ୍ୱରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନେଇ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଡିଏଫ୍ଓ ଅମ୍ଲାନ ନାୟକ ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥିରୂପେ ଜାତୀୟ ସବୁଜ ବାହିନୀ ଅଧ୍ୟକ୍ଷ ତଥା ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଂଗେ ଯୋଗଦେଇ ପରିବେଶ ସୁରକ୍ଷାରେ ଛାତ୍ରଛାତ୍ରୀମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ ବୋଲି କହିଥିଲେ । ସେହିପରି ଶିକ୍ଷକ ଶିକ୍ଷୟିତ୍ରୀମାନେ ଏ ସବୁ କାର୍ଯ୍ୟରେ ଅଧିକ ଦୃଷ୍ଟିଦେବା ଆବଶ୍ୟକ ବୋଲି ସେ କହିଥିଲେ । ବିଦ୍ୟୁତ୍ ସଂଚୟ, ପ୍ଲାଷ୍ଟିକ୍ ଓ ପଲିଥିନ ବର୍ଜନ, ବ୍ୟାପକ ବୃକ୍ଷ ରୋପଣ, ଅନ୍ଧ ବିଶ୍ୱାସ ଓ ଗୁଣିଗାରେଡ଼ିର ଦୁରୀ କରଣ, ବର୍ଷାଜଳ ଅମଳ, ପରିମଳ ବ୍ୟବସ୍ଥାରେ ଉନ୍ନତି ଉପରେ ଏଠାରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ । ସମ୍ମାନୀତ ଅତିଥିଭାବେ ଜିଲ୍ଲା ଶିକ୍ଷାଧିକାରୀ ଅମୂଲ୍ୟ କୁମାର ପ୍ରଧାନ ଯୋଗଦେଇଥିଲେ । ସିଇଏସ୍ର ପ୍ରକଳ୍ପ ଅଧିକାରୀ ହେମନ୍ତ କୁମାର ଦାସ, ପ୍ରଫେସର ମଳୟ କୁମାର ମିଶ୍ର, ଇଂ.ରଜତ କୁମାର ପାଣିଗ୍ରାହୀ, ଡିଏଫ୍ଓ ସତ୍ୟନାରାୟଣ ବେହୁରା, ଡକ୍ଟର ଅନୀଲ କୁମାର ମହାପାତ୍ର ଏହି ଅବସରରେ ମଂଚାସୀନ ଥିଲେ । ଇକୋ କ୍ଲବ୍ ଜିଲ୍ଲା ସଂଯୋଜକ ଡକ୍ଟର ଶଙ୍କର ନାରାୟଣ ବେଜ ଏଥିରେ ସଂଯୋଜନା କରିଥିଲେ ।