ବଜରଂଗ ଦଳ ଗଂଜାମ ଜିଲ୍ଲା ଶାଖା ତରଫରୁ ବିଜୁ ପଟନାୟକ ପାର୍କ ସମ୍ମୁଖରେ ଭାଲେଣ୍ଟାଇନ ଡେ କୁ ସହିଦ ଦିବସରୂପେ ପାଳନ ।

YouTube video

ବଜରଂଗ ଦଳ ଗଂଜାମ ଜିଲ୍ଲା ଶାଖା ତରଫରୁ ଶୁକ୍ରବାର ବିଜୁ ପଟନାୟକ ପାର୍କ ସମ୍ମୁଖରେ ଭାଲେଣ୍ଟାଇନ ଡେ କୁ ସହିଦ ଦିବସରୂପେ ପାଳନ କରାଯାଇଥିଲା । ପୁଲ୍ୱାମାରେ ସହିଦ ହୋଇଥିବା ୪୦ରୁ ଅଧିକ ଜବାନ ମାନଙ୍କୁ ଶ୍ରଦ୍ଧାଂଜଳୀ ଅର୍ପଣ ପୂର୍ବକ ଏପରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଯୁବପିଢ଼ିମାନେ ପ୍ରେମ ଦିବସ ନାମରେ ବିଦେଶୀ ଅପସଂସ୍କୃତିକୁ ଆପଣାଇ ହିନ୍ଦୁ ସଂସ୍କୃତିକୁ ଭୁଲି ଯାଉଥିବା ଏଠାରେ କୁହାଯାଇଥିଲା । ଏଠାରେ ପ୍ଲାକାର୍ଡ ମାଧ୍ୟମରେ ଯୁବକ ଯୁବତୀମାନଙ୍କୁ ହିନ୍ଦୁ ସଂସ୍କୃତି ବିଷୟରେ ସଚେତନ କରାଯିବା ସହ ସହିଦ ଜବାନ ମାନଙ୍କୁ ଶ୍ରଦ୍ଧାଂଜଳୀ ଅର୍ପଣ କରାଯାଇଥିଲା । ଏହି ଅବସରରେ ସଂଯୋଜକ ଗୌତମ ମହାରଣା, ନୀଳାଂଚଳ ବିଶୋୟୀ, ରାହୁଲ ପାତ୍ର, ଭବାନୀ ଶଙ୍କର ଦାସ, ଅରୁଣ ପାଢ଼ୀ, ଶିବଦତ୍ତ ଦାସ, ସୁନୀଲଚୌଧୁରୀ, ବଳରାମ ମହାରଣା,ଗଣେଷ ସାହୁ, ଅଭିନାସ ସାହୁ ଓ ନୀଳାଂଚଳ ପଣ୍ଡାଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।