
ପବିତ୍ର କୁମ୍ଭ ସଂକ୍ରାନ୍ତି ଅବସରରେ ଗୁରୁବାର ପ୍ରସିଦ୍ଧ ମାଁ ତାରାତାରିଣି ପିଠରେ ଭକ୍ତମାନଙ୍କ ଭୀଡ଼ ଲାଗିରହିଥିଲା । ଭକ୍ତମାନେ ଲମ୍ବାଧାଡ଼ି କରି ମାଁଙ୍କ ଦର୍ଶନ କରିବା ସହ ଦୀପଦାନ ଓ ପୂଜାର୍ଚ୍ଚନା କରିଥିଲେ । ଭକ୍ତମାନଙ୍କ ଭୀଡ଼କୁ ଦୃଷ୍ଟିରେ ରଖି ମନ୍ଦିର କମିଟି ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।






