
ପ୍ରସିଦ୍ଧ ଶକ୍ତିପୀଠ ତାରାତାରିଣୀ ଠାରେ ଜଣେ ଭକ୍ତଙ୍କୁ ଅଧିକ ଦକ୍ଷିଣା ଦାବିକରି ଖଣ୍ଡା ଚୋଟରେ ଆକ୍ରମଣ ଘଟଣାରେ ଜଣେ ପୂଜକ ସମେତ ତାଙ୍କ ଦୁଇ ଭାଇ ଗିରଫ ହୋଇଛନ୍ତି । କୋଦଳା ଥାନା ଅନ୍ତର୍ଗତ ରାମପଲ୍ଲୀ ଗ୍ରାମର ଅକ୍ଷୟ ପ୍ରଧାନ ଓ ତାଙ୍କ ଶାଶୁଙ୍କ ସମେତ ଅନ୍ୟ ସମ୍ପର୍କୀୟଙ୍କୁ ନେଇ ତାରାତାରିଣୀ ପୀଠରେ ପୂଜା କରୁଥିବା ଏବଂ ପୂଜା ପରେ ପୂଜକ ଋଷି ରଣା ୫ହଜାର ଟଙ୍କା ଦକ୍ଷିଣା ଦାବି କରିଥିଲେ । ଏଥିରେ ଅକ୍ଷୟ ପ୍ରତିବାଦ କରି ୨ ହଜାର ଟଙ୍କା ଦେଇଥିଲେ । ଏହାକୁ ନେଇ ପୂଜକ ଓ ତାଙ୍କ ଦୁଇ ଭାଇ ରାଜେନ୍ଦ୍ର ଓ ଅନୁପ ପହଂଚି ଧସ୍ତାଧସ୍ତି କରିଥିଲେ । ଏହା ପରେ ପୂଜକ ଋଷିଏକ ଖଣ୍ଡା ଆଣି ଅକ୍ଷୟଙ୍କ ଶାଶୁଙ୍କୁ ଆକ୍ରମଣ ବେଳେ ଅକ୍ଷୟ ପ୍ରତିବାଦ କରିବା ସହ ଖଣ୍ଡାକୁ ଧରି ପକାଇଥିଲେ । ଫଳରେ ଅକ୍ଷୟଙ୍କ ହାତକୁ ଗୁରୁତର ଆଘାତ ଲାଗିଥିଲା । ଏନେଇ ପୁରୁଷୋତ୍ତମପୁର ଥାନାରେ ଏକ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା ରୁଜୁ କରି ପୂଜକ ରୁଷି ରଣା ଓ ତାଙ୍କ ୨ ଭାଇଙ୍କୁ ଗିରଫ କରିଛି ।






