
ସାଇଲ୍ୟାଣ୍ଡ ପ୍ରପର୍ଟି ମେନେଜମେଣ୍ଟ ଇଣ୍ଡିଆ ଲିମିଟେଡର ପରିଚାଳନା ନିର୍ଦେଶକ ତଥା ଗାଂଗପୁର କୁଲାଂଗି ଗ୍ରାମ ନିବାସୀ ହାଡ଼ୁ ରାଉତଙ୍କ ପୁତ୍ର ଗୋପାଳ ରାଉତଙ୍କୁ ଜମି ଓ ଟଂକା ଠକେଇ ମାମଲାରେ ଗିରଫ କରାଯାଇଥିବା ଏସ୍ଡିପିଓ ବିଷ୍ଣୁ ପତି ସୁଚନା ଦେଇଛନ୍ତି । ଗୋପାଳ ସୁରଥରେ ରହୁଥିବା ୩ଶହ ଜମାକାରୀଙ୍କ ଠାରୁ ଏକକୋଟି ୯୬ହଜାର ୮ଶହ ଟଙ୍କା ଠକେଇ କରି ନେଇଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ କ୍ରମେ ଗୋପାଳ ରାଉତଙ୍କୁ ଗିରଫ କରାଯାଇ ଗୁରୁବାର କୋର୍ଟ ଚାଲାଣ କରାଯାଇଛି । ୨୦୧୭ ମସିହାରେ ଗୋସାଇଁନୁଆଗାଁ ଥାନାରେ ଏପରି ମାମଲା ରୁଜୁ କରାଯାଇଥିବା ଏସ୍ଡିପିଓ ପତି ସୁଚନା ଦେଇଛନ୍ତି ।






