
ବ୍ରହ୍ମପୁର : ବିଜେଡ଼ିର ନାରୀନେତ୍ରୀ ମିନାକ୍ଷୀ ମିଶ୍ର ବ୍ରହ୍ମପୁର ଏସ୍ପିଙ୍କ କାର୍ଯ୍ୟାଳୟ ପରିସରରେ ବୁଧବାର ନିଜ ପୁତ୍ର ରାଜାର ଗିରଫଦାରୀ ପ୍ରତିବାଦରେ ଆତ୍ମାହୁତି ଉଦ୍ୟମ କରି ବର୍ତ୍ତମାନ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ଅବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି । ଏକ ଗଣ୍ଡଗୋଳ ମାମଲାରେ ମିନାକ୍ଷୀଙ୍କ ପୁତ୍ର ରାଜା ମିଶ୍ରଙ୍କୁ ପୂର୍ବରୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହାପରେ ରାଜା ବ୍ରହ୍ମପୁର ମଣ୍ଡଳ କାରାଗାରରେ ବନ୍ଦିଭାବେ ରହିଥିବାବେଳେ ଶୁକ୍ରବାର ନିଜ ମାଁଙ୍କ ଏପରି ଘଟଣା ପାଇଁ କୋର୍ଟ ପକ୍ଷରୁ ରାଜାଙ୍କୁ ମଧ୍ୟବର୍ତ୍ତି ଜାମିନ ପ୍ରଦାନ କରାଯାଇଛି । ଆଇନଜୀବୀ ଦୀପକ ପଟନାୟକ ଏହି ଆବେଦନ କରିଥିଲେ । ୨୦ ହଜାର ଟଙ୍କା ସହ ୨ଜଣ ଜାମିନଦାର ଦେଇ ରାଜା କାରାଗାରରୁ ମୁକୁଳିବା ପରେ ନିଜ ମାଁ ମିନାକ୍ଷୀଙ୍କୁ ଦେଖିବାପାଇଁ କଟକ ଗସ୍ତ କରିଛନ୍ତି ।









