
ବ୍ରହ୍ମପୁର : ବିଜେଡ଼ିର ନାରୀନେତ୍ରୀ ମିନାକ୍ଷୀ ମିଶ୍ରଙ୍କ ବ୍ରହ୍ମପୁର ଏସ୍ପିଙ୍କ କାର୍ଯ୍ୟାଳୟ ପରିସରରେ ଆତ୍ମାହୁତି ଉଦ୍ୟମ ଘଟଣା ନେଇ ଗୁରୁବାର ଗଂଜାମ ଜିଲ୍ଲା ମହିଳା ବିଜେଡ଼ିର ସଭାନେତ୍ରୀ ସଂଘମିତ୍ରା ଦଳେଇଙ୍କ ନେତୃତ୍ୱରେ ବହୁ ସଦସ୍ୟା ବ୍ରହ୍ମପୁର ଏସ୍ପିଙ୍କୁ ସାକ୍ଷାତ କରିବା ସହ ଏକ ସ୍ମାରକପତ୍ର ଡିଆଇଜିଙ୍କ ଉଦେଶ୍ୟରେ ପ୍ରଦାନ କରିଥିଲେ । ଅଫିସ ପରିସରରେ ଏପରି ଆତ୍ମାହୁତି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ଏଠାରେ ସଭାନେତ୍ରୀ ଦଳେଇ କହିବା ସହ ଏହି ଘଟଣା ସମ୍ପର୍କରେ ଏସ୍ପି ମିଶ୍ରଙ୍କ ସହ ଆଲୋଚନା କରିଥିଲେ । ମହିଳାଙ୍କ ସୁରକ୍ଷା ପାଇଁ ସରକାରଙ୍କ ତରଫରୁ ୫ଟି ଯୋଜନା କାର୍ଯ୍ୟକାରୀ କରାଯାଉଥିବାବେଳେ ଏପରି ଘଟଣା ଘଟିବା ଏକ ଦୁଃଖଦାୟକ ବୋଲି ସଭାନେତ୍ରୀ ଦଳେଇ ଏକ ସ୍ମାରକପତ୍ରରେ ଉଲ୍ଲେଖ କରିଛନ୍ତି । ୨ଦିନ ପୂର୍ବେ ନାରୀନେତ୍ରୀ ମିନାକ୍ଷୀ ଆତ୍ମାହୁତି ଦେବେ ବୋଲି କହିଥିବାବେଳେ ହଠାତ୍ ଏପରି ଘଟଣା ଘଟିବା ଠିକ୍ ନୁହେଁ ବୋଲି ଏଠାରେ କୁହାଯାଇଥିଲା ।






