
ଛତ୍ରପୁର : ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେ ସାଇକେଲ୍ରେ ବସି ଛତ୍ରପୁରର ପରିମଳ ସ୍ଥିତି ପରଖିଛନ୍ତି । ସେ ଛତ୍ରପୁର ସହରର ବିଭିନ୍ନ ଅଂଚଳ ବୁଲି ପରିମଳ ସ୍ଥିତି ଅନୁଧ୍ୟାନ କରିବା ସମୟରେ କେତେକ ପରିବା ଓ ତେଜରାତି ଦୋକାନରେ ପଲିଥିନ ରହିଥିବା ଦେଖିବା ସହ ୪ଟି ଦୋକାନକୁ ୨୫ ହଜାର ଟଙ୍କା ଜରିମାନା କରିଥିଲେ । ଜିଲ୍ଲାପାଳ ତାଙ୍କ କାର୍ଯ୍ୟାଳୟରୁ ସାଇକେଲ୍ରେ ବାହାରି ଆହାର କେନ୍ଦ୍ର ଓ ଏନ୍ଏସି ପରିଚାଳିତ ଶୌଚାଳୟ ବୁଲି ଦେଖିଥିଲେ । ଜିଲ୍ଲାପାଳଙ୍କ ସହ ଛତ୍ରପୁର ଏନ୍ଏସି ନିର୍ବାହୀ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ । ଆଗାମୀ ଦିନରେ ମଧ୍ୟ ଏପରି ଚଢ଼ାଉ ଜାରି ରହିବ ବୋଲି ଜିଲ୍ଲାପାଳଙ୍କଠାରୁ ପ୍ରକାଶ ।






