
ବ୍ରହ୍ମପୁର : ସିଟି ସାନିଟେସନ ଓ ଆର୍ଯ୍ୟଭଟ୍ଟ ଫାଉଣ୍ଡେସନ୍ ଫୋରମ୍ ତରଫରୁ ପ୍ଲାÂିକ୍ ବର୍ଜନ ଓ ଜଳର ସୁରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ବୁଧବାର ମହାନଗରର ବିଭିନ୍ନ ଅଂଚଳରେ ଟ୍ୟାପ୍ ନଥିବା ପାଇପ୍ ଗୁଡ଼ିକରେ ଟ୍ୟାପ୍ ଲଗାଯାଇଥିଲା । ଗୌଡ଼ ସାହି, କପିଳେଶ୍ୱର ପେଟା, ଲାଲା ସାହି, ବାଲାଜୀପେଣ୍ଠ ସାହି, ବନ୍ଧ ସାହି, ଗୁଲା ସାହି, ତୋଟା ସାହି, ହନୁମାନ ବଜାର ଓ ସାନ ବଜାର ଅଂଚଳରେ ଅଂଚଳବାସୀଙ୍କୁ ରାସ୍ତା ଓ ନାଳରେ ଆବର୍ଜନା ନ ପକାଇବାପାଇଁ ପରାମର୍ଶ ଦିଆଯିବା ସହ ବୃକ୍ଷ ରୋପଣ କରାଯିବାକୁ କୁହାଯାଇଥିଲା । ଏଥିରେ ସଂଯୋଜକ ସୁଧୀର ରାଉତ, ପ୍ରଦୀପ ସାହାଣୀ, ଶିବ ସାହାଣୀ, ସଂଯୁକ୍ତା ପଣ୍ଡା, ସବିତା ସାହୁକାର, ସୁରେଶ ତ୍ରିପାଠୀ, ଏମ୍.ଭେଂକେଟ ରାମଣା, ବନମାଳୀ ପ୍ରଧାନ, ମାଧବ ନାୟକ, ଦିଲ୍ଲୀପ ପାତ୍ର ଓ ଆଦିତ୍ୟ ପ୍ରସାଦଙ୍କ ସହ ବହୁ ଅଂଚଳବାସୀ ଉପସ୍ଥିତ ଥିଲେ ।






