
ବ୍ରହ୍ମପୁର : ଆସିକା ବ୍ଲକ୍ ପାଣ୍ଡିଆ ପଥର ଗ୍ରାମ ପଂଚାୟତ ଅନ୍ତର୍ଗତ ନାରାୟଣପୁରର ବହୁ ଗ୍ରାମବାସୀ ବୁଧବାର କ୍ରାନ୍ତିକାରୀ କୃଷକ ସଭାର ନେତୃତ୍ୱରେ ବ୍ରହ୍ମପୁରଠାରେ ପହଂଚି ଦକ୍ଷିଣାଂଚଳ ରାଜସ୍ୱ କମିଶନରଙ୍କୁ ଦଶଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରିିଥିଲେ । ନାରାୟଣପୁର ଗ୍ରାମରେ ଦିନକୁ ଦିନ ବହୁ ବ୍ରଏଲର କୁକୁଡ଼ା ଫାର୍ମ ବୃଦ୍ଧି ପାଉଛି । ଏହାଯୋଗୁଁ ପରିବେଶ ପ୍ରଦୁଷଣ ହେବା ସହ ନାନା ସମସ୍ୟା ସୃଷ୍ଟି ହେଉଥିବା ଏଠାରେ କୃଷକ ସଭା ପକ୍ଷରୁ ଅଭିଯୋଗ କରାଯାଇଥିଲା । ତେଣୁ ପ୍ରଦୁଷଣ ମୁକ୍ତ କରିବା, ଜମି ହଡ଼ପ ଓ ଜମି ଜବରଦଖଲ ମୁକ୍ତ କରିବା, ସାର୍ବଜନୀନ ହରିଣ ପୋଖରୀକୁ ଘେରି ମୁକ୍ତ କରିବା, ଗ୍ରାମର ମଜୁରିଆଙ୍କୁ କର୍ମ ସଂସ୍ଥାନ ଯୋଗାଇବା, କମ୍ ମଜୁରୀ ପ୍ରଦାନ କରୁଥିବା ସଂସ୍ଥା ମାନଙ୍କ ଉପରେ କାର୍ଯ୍ୟାନୁÂାନ ଗ୍ରହଣ କରିବା, ଜମି ବିକ୍ରି କରୁଥିବା ବ୍ୟକ୍ତି ମାନଙ୍କୁ ଭରଣ ପିଛା ୫ଲକ୍ଷ ଟଙ୍କା ପ୍ରଦାନ କରିବା, ଚାରଣ ଜମି, ଜଂଗଲ ଓ ସରକାରୀ ଜମିକୁ ଜବରଦଖଲରୁ ମୁକ୍ତ କରିବା, ୪୦ରୁ ଅଧିକ ବର୍ଷ ଧରି ରହି ଆସୁଥିବା ମରାଟି ପରିବାରଙ୍କୁ ଜାତିଗତ ପ୍ରମାଣ ପତ୍ର ପ୍ରଦାନ କରି ପିଲାଂକ ଶିକ୍ଷା ଓ ଭବିଷ୍ୟତ ଗଠନରେ ସହାୟକ ହେବା ସମେତ ଅନ୍ୟାନ୍ୟ ଦାବିନେଇ ଏହି ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଏହି ଅବସରରେ ରତ୍ନାକର ସାହୁ, ଅକ୍ଷୟ ସାହୁ, ଦାସ ରମୁଣୀ ଆମ୍ମା, ବିଧାନ ନାୟକ, ଅନିତା, ସୁବାସିନି, ଶୁଶିଳା, ରଶ୍ମିତା, ଚିତ୍ରସେନ ନାହାକ, ନରେଶ ଦାସ,ରିଂକି ନାୟକ, ବିପ୍ର ନାୟକ, କାଳ. କ୍ରାନ୍ତିକାରୀ କୃଷକ ସଭାର ରାଜ୍ୟ ସମ୍ପାଦକ ଶଙ୍କର ସାହୁ, ଅନୁସଚିବ ପାର୍ବତୀ ମଂଜୁରୀ ମହାଳିକଙ୍କ ସମେତ ବହୁ ନେତା ଉପସ୍ଥିତ ଥିଲେ ।






