ବିଜେପି ପ୍ରତିନିଧି ଦଳର ମେଣ୍ଡ୍ରାଜପୁର ଗ୍ରାମରେ ବିଦ୍ୟୁତ୍ ଦୁର୍ଘଟଣାର ଅନୁଧ୍ୟାନ କରିବା ପରେ ବ୍ରହ୍ମପୁର ସାଉଥ୍କୋ ୟୁଟିଲିଟି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ।

YouTube video

ବ୍ରହ୍ମପୁର : ବିଜେପିର ଏକ ପ୍ରତିନିଧି ଦଳ ବୁଧବାର ଗୋଳନ୍ଥରା ଥାନା ଅନ୍ତର୍ଗତ ମେଣ୍ଡ୍ରାଜପୁର ଗ୍ରାମରେ ଘଟିଥିବା ବିଦ୍ୟୁତ୍ ଦୁର୍ଘଟଣାର ଅନୁଧ୍ୟାନ କରିବା ସହ ମୃତକଙ୍କ ପରିବାର ସହ ସାକ୍ଷାତ କରିଥିଲେ । ପରେ ପରେ ବିଜେପି ପକ୍ଷରୁ ବ୍ରହ୍ମପୁର ସାଉଥ୍କୋ ୟୁଟିଲିଟି କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସ୍ୱରୁପ ଧାରଣା ଦିଆଯିବା ସହ ଏକ ଦାବିପତ୍ର ସାଉଥ୍କୋ କାର୍ଯ୍ୟାଳୟରେ ପ୍ରଦାନ କରାଯାଇଥିଲା । ସାଉଥ୍କୋର ଚରମ ଅବହେଳା ଯୋଗୁଁ ଉକ୍ତ ଗ୍ରାମରେ ୧୧କେଭି ତାର ରାସ୍ତାର କମ୍ ଉଚ୍ଚତାରେ ରହିଥିଲା । ଏଥିପାଇଁ ସାଉଥ୍କୋ ସମ୍ପୁର୍ଣ୍ଣ ଦାୟୀ ବୋଲି ଏଠାରେ ବିଜେପି ପକ୍ଷରୁ କୁହାଯାଇଥିଲା । ତେଣୁ ତୁରନ୍ତ ସାଉଥ୍କୋ ନିଜର ଦୋଷ ସ୍ୱିକାର କରି ମୃତକଙ୍କ ପରିବାରଙ୍କୁ ଉପଯୁକ୍ତ କ୍ଷତି ପୁରଣ ଏବଂ ଚିକିତ୍ସାଧୀନ ବ୍ୟକ୍ତିମାନଙ୍କୁ କ୍ଷତି ପୁରଣ ପ୍ରଦାନ କରିବାପାଇଁ ଏଠାରେ ଦାବି ହୋଇଥିଲା । ପ୍ରତି ମୃତ ପରିବାରର ଜଣକୁ ଚାକିରି ପ୍ରଦାନ, ପ୍ରତ୍ୟେକ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତି ପୁରଣ ପ୍ରଦାନ, ଗଂଜାମ ଜିଲ୍ଲାର ଅନେକ ଗ୍ରାମରେ ରାସ୍ତା ଉପରେ ଓହଳି ଥିବା ବିଦ୍ୟୁତ୍ ତାର ସ୍ଥାନାନ୍ତର କରିବା, ସମସ୍ତ ଅଂଚଳରେ କେବୁଲ୍ ତାର ବିଛାଇ ବିଦ୍ୟୁତ୍ ବ୍ୟବସ୍ଥା କରିବା, ଜନଗହଳି ଜାଗାରୁ ଟ୍ରାନ୍ସଫରମ୍ ହଟାଇ ନିରାପଦ ସ୍ଥାନକୁ ନେବା, ଆହତ ମାନଙ୍କୁ ୨ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବା ଏବଂ ବ୍ରହ୍ମପୁର ବଡ଼ ଡାକ୍ତରଖାନା ଓ କଟକରେ ଚିକିତ୍ସାଧୀନ ଥିବା ଆହତମାନଙ୍କୁ ଉନ୍ନତ ମାନର ଚିକିତ୍ସା ଯୋଗାଇ ସମ୍ପୁର୍ଣ୍ଣ ଅର୍ଥ ସରକାର ବହନ କରିବାପାଇଁ ଏହି ଦାବି ପତ୍ରରେ ଉଲ୍ଲେଖ କରାଯାଇଥିଲା । ଏହି ଅବସରରେ ଜିଲ୍ଳା ବିଜେପି ସଭାପତି ବିଭୁତି ଜେନା, ପୂର୍ବତନ ସଭାପତି କାହ୍ନୁ ଚରଣ ପତି, ମନୋ ରଂଜନ ଦ୍ୟାନ ସାମନ୍ତରାୟ, ଏନ୍.ରାଜେନ୍ଦ୍ର କୁମାର, ସୁନୀଲ ସାହୁ, ମଦନ ମୋହନ ପାତ୍ର, ପ୍ରଭାତ ଷଡ଼ଙ୍ଗୀ, ରାମ କୁମାର ପାତ୍ର, ରଂଜନ ପ୍ରଧାନ, ବାବାଜୀ ଓଡ଼ିଆ, ସୁବାସିଷ ସାହୁ, ଅନ୍ତରାମ ପାଣିଗ୍ରାହୀଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲୋ ।