ବେଲଗୁଣ୍ଠା ନିକଟ କୋକୋଲୁଣ୍ଡା ଗ୍ରାମରେ ବିଦ୍ୟୁତ୍ ଆଘାତ ଯୋଗୁଁ ଜେଜେମା ଓ ନାତିଙ୍କ ମୃତ୍ୟୁ ।

YouTube video

ବେଲଗୁଣ୍ଠା ନିକଟ କୋକୋଲୁଣ୍ଡା ଗ୍ରାମରେ ବିଦ୍ୟୁତ୍ ଆଘାତ ଯୋଗୁଁ ଜେଜେମା ଓ ନାତିଙ୍କ ମୃତ୍ୟୁ ଘଟିଛି । ନିଜ ଗାଧୁଆ ଘରେ ଥିବାବେଳେ କୌଣସି କାରଣ ବଶତଃ ନାତି ରାଜେଶଙ୍କୁ ବିଦ୍ୟୁତ୍ ଆଘାତ ଲାଗିଥିଲା । ପରେ ନାତିକୁ ଉଦ୍ଧାର କରିବାକୁ ଯାଇ ବିଦ୍ୟୁତ୍ ସଂଷ୍ପର୍ଷରେ ଆସିବା ଫଳରେ ଜେଜେମା ଶୁଶିଳାଙ୍କ ସମେତ ନାତିଙ୍କ ମଧ୍ୟ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଭଂଜନଗର ପୋଲିସ ଏଥିନେଇ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଏହି ଘଟଣା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।