
ବ୍ରହ୍ମପୁର ହାଉସିଂବୋର୍ଡସ୍ଥିତ ହରିହର ମହାପ୍ରଭୁଙ୍କ ୧୮ତମ ବାର୍ଷିକ ଉତ୍ସବ ମଂଗଳବାର ଶ୍ରୀହରିହର ମନ୍ଦିର ପ୍ରାଂଗଣରେ ଅନୁଷ୍ଠିତ ହୋଇଯାଇଛି । ଏଠାରେ ବିଷ୍ଣୁ ସହସ୍ରନାମ, ବେଦପାଠ ଓ ଶ୍ରୀ ଶ୍ରୀ ଶିବ ସହସ୍ରନାମ ପାରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେହିପରି ଶ୍ରୀ ଗୁରୁ ପାଦୁକା ପୂଜା, ଗୀତାପାଠ,ଭଜନ, କୀର୍ତ୍ତନ, ପ୍ରବଚନ ଓ ଶାନ୍ତିପାଠ ଅନୁଷ୍ଠିତ ହୋଇଥିଲା । ସଂଧ୍ୟାରେ ହରିହର ମହାପ୍ରଭୁଙ୍କ ନଗର ପରିକ୍ରମାରେ ଆଖପାଖ ଅଂଚଳର ବହୁ ଭକ୍ତ ଯୋଗଦେଇଥିଲେ । ଏଥିରେ ଶ୍ରୀ ହରିହର ଭେଟ ମନ୍ଦିର ସେବା ସମିତିର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ ।






