ପଣ୍ଡିତ ଦୀନଦୟାଲ୍ ଉପାଧ୍ୟାୟଙ୍କ ବଳିଦାନ ଦିବସରେ ବିଜେପି ଶିଳ୍ପାଂଚଳ ମଣ୍ଡଳ ଗଂଜାମ ଜିଲ୍ଲା ଶାଖା ପକ୍ଷରୁ ଅନୁଷ୍ଠିତ ହେଲା ରକ୍ତଦାନ ଶିବିର ।

YouTube video

ବିଜେପି ଶିଳ୍ପାଂଚଳ ମଣ୍ଡଳ ଗଂଜାମ ଜିଲ୍ଲା ଶାଖା ଆନୁକୁଲ୍ୟରେ ମଂଗଳବାର ପଣ୍ଡିତ ଦୀନଦୟାଲ୍ ଉପାଧ୍ୟାୟଙ୍କ ବଳିଦାନ ଦିବସକୁ ସମର୍ପଣ ଦିବସ ରୁପେ ପାଳନ ପୂର୍ବକ ଶିଳ୍ପାଂଚଳ ସକଳେଶ୍ୱର ମନ୍ଦିର ପ୍ରାଂଗଣରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ବିଜେପି ସଭାପତି ବିଭୁତି ଭୂଷଣ ଜେନା ଉଦ୍ଘାଟକରୂପେ ଯୋଗଦେଇଥିଲେ । ଏଠାରେ ମଣ୍ଡଳ ତରଫରୁ ସଭାପତି ଜେନାଙ୍କୁ ସମ୍ବର୍ନ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଡାକ୍ତର ସୁବାସ ଚନ୍ଦ୍ର ସାହୁ, ପ୍ରଶାନ୍ତ କର, ରାଜେଶ ସାହୁ, ଗଂଗାଧର ଶତପଥୀ, ଏନ୍.ରାଜେନ୍ଦ୍ର, ସିଦ୍ଧାନ୍ତ ଗଂଗଦେବ ଓ ରାମ କୁମାର ପାତ୍ରଙ୍କ ସମେତ ବହୁ ନେତା ଯୋଗଦେଇଥିଲେ । ବଡ଼ ଡାକ୍ତରଖାନା ରକ୍ତ ଭଣ୍ଡାରର ଡାକ୍ତର ରଶ୍ମିତା ପାଣିଗ୍ରାହୀ, ବସନ୍ତ ବେହେରା, ସୁଶାନ୍ତ ପାଣିଗ୍ରାହୀ, ରାମହରି ପଣ୍ଡା, ସୀମାଦ୍ରି ପଣ୍ଡା ଓ ଡମ୍ବରୁ କାର୍କି ପ୍ରମୁଖ ସହଯୋଗ କରିଥିଲେ । ଶିଳ୍ପାଂଚଳ ମଣ୍ଡଳ ବିଜେପି ସଭାପତି ଶିବ ଶଙ୍କର ନାୟକ, ଜିଲ୍ଲା ପ୍ରତିନିଧି ତୁମ୍ବେଶ୍ୱର ନାୟକ, ଯୁବମୋର୍ଚ୍ଚା ଜିଲ୍ଲା ସମ୍ପାଦକ କିରଣ କୁମାର ସାହୁ, ସଂତୋଷ ସାହୁ, ଶିବ ପ୍ରସାଦ ପାତ୍ର, ବିକାଶ ପାଣିଗ୍ରାହୀ, ପ୍ରମୋଦ ମଣ୍ଡଳ, ସଂତୋଷ ବେହେରା, ବଟୁ ପାତ୍ର, ସୁମିତ ପାତ୍ର, ଶ୍ରିନିବାସ ମଣ୍ଡଳ, ଗୁଡୁ ମହାପାତ୍ର, ମନୋଜ ପଟନାୟକ, କମଳକାନ୍ତ ପଣ୍ଡିତ, ମନୋଜ ସେଠୀ, ପୁରବୀ ଜେନା, କେ.ଶିବ ଶଙ୍କର, ସୁଜିତ ପାଢ଼ୀ, ଜଗଦିଶ ପ୍ରଧାନ, ସୁଶାନ୍ତ ନାୟକ ଓ ସାଗର ନାୟକଙ୍କ ସମେତ ବହୁ କର୍ମୀ ଏଥିରେ ସହଯୋଗ କରିଥିଲେ । ଏଠାରେ ସର୍ବମୋଟ ୬୦ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।